ମହାରାଷ୍ଟ୍ରରେ ଭୁକମ୍ପର ଝଟକା । ଆଜି ସକାଳେ ମୃଦୁ ଭୂମିକମ୍ପରେ ଥରିଲା ମହାରାଷ୍ଟ୍ର । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରେକର୍ଡ କରାଯାଇଥିବା ଭୁକମ୍ପର ତୀବ୍ରତା ରହିଛି ୩.୫ । ଦେଶରେ କିଛି ଦିନ ହେବ ଲଗାତାର ଭାବେ ଭୂକମ୍ପ ହେଉଛି ଯେଉଁଥି ପାଇଁ ଲୋକମାନେ ଅରାତି ମୁହୂର୍ତ୍ତ ରେ ଭୟଭୀତ ହୋଇ ରହୁଛନ୍ତି ।ଏହାରି ମଧ୍ୟର ଆଜି ପୁଣି ଥରେ ଭୂକମ୍ପ ପାଇଁ ସମସ୍ତେ ଭୟଭୀତ ହୋଇଯାଇଛନ୍ତି ।
ମହାରାଷ୍ଟ୍ରର ହିଙ୍ଗୋଳି ଠାରେ ଏଭଳି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଭୋର ସମୟରେ ଲୋକମାନେ ଶୋଇଥିଲେ । ଠିକ ସେହି ସମୟରେ ଭୁକମ୍ପର ଝଟକା ହୋଇଥିଲା ଯାହା ଫଳରେ ସମସ୍ତେ ଆତଙ୍କିତ ହୋଇଯାଇଥିଲେ । ବାରମ୍ବାର ହେଉଥିବା ଭୂକମ୍ପ ପାଇଁ ସାରା ଦେଶରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଆଜି ସକାଳେ ମହାରାଷ୍ଟ୍ରର ହିଙ୍ଗୋଳିରେ ରହୁଥିବା ଲୋକମାନେ ଭୁକମ୍ପ ଝଟକାର ଅନୁଭବ କରିଥିଲେ । ଏହି ଭୂକମ୍ପ ଭୋରୁ ହୋଇଥିବାରୁ କିଛି ଲୋକ ଦୌଡ଼ି ପଳାଇଥିଲେ ତା କିଛି ଲୋକ ନିଦରୁ ଉଠି ଆତଙ୍କିତ ହୋଇପଡିଥିଲେ । ତେବେ ଭୁକମ୍ପର ଗଭୀରତା ୫ କିଲୋମିଟର ରହିଥବା ରେକର୍ଡ କରାଯାଇଛି ।ଏଥିସହ ଏହାର ଅକ୍ଷାଂଶ ୧୯.୪୧ ରହିଥିବା ବେଳେ ଏହାର ଦ୍ରାଘିମା ୭୭.୩୪ ରହିଛି । ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ :‘ଆମେରିକୀୟ ଓଗାର’ ମେସିନରେ ବିଛାଯାଉଛି ପାଇପ୍