ଦୀର୍ଘ ୫ଦିନ ଧରି ଉତ୍ତରକାଶୀରେ ଫସିରହିଛନ୍ତି ୪୦ ଶ୍ରମିକ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ମଧ୍ୟ କରାଯାଉଛି । ସୂଚନା ଅନୁସାରେ, ଉତ୍ତରକାଶୀର ଟନେଲରେ ପାଇପ ସାହାଯ୍ୟରେ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଯାଉଛି । ପାଇପକୁ ବିଛାଇବା ପାଇଁ ‘ଆମେରିକୀୟ ଓଗାର’ ମେସିନର ସାହାଯ୍ୟ ନିଆଯାଇଛି । କିପରି ଶ୍ରମିକମାନଙ୍କୁ ଟନେଲ ଭିତରୁ ବାହାରକୁ ଅଣାଯିବ ସେଥିପାଇଁ ୫ଦିନ ଧରି ପ୍ରୟାସ କରାଯାଉଛି । ଫସିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ସୂଚନା ମିଳିଛି । ଶ୍ରମିକମାନଙ୍କ ପାଇଁ ଅକ୍ସିଜେନ, ଖାଦ୍ୟ ଓ ଔଷଧ ପଠାଯିବା ସହିତ ଯୋଗାଯୋଗ ମଧ୍ୟ କରାଯାଉଛି ।