ନୂଆଦିଲ୍ଲୀ: ରକ୍ଷକ ସାଜିଲା ଭକ୍ଷକ । ଯେଉଁ ପୋଲିସ ଲୋକଙ୍କୁ ସବୁ ପ୍ରକାରର ଅପରାଧରୁ ସୁରକ୍ଷା ଦିଏ ସେହି ପୋଲିସ ଅଧିକାରୀଙ୍କ ବିରୋଧରେ ଆସିଲା ବଳାତ୍କାରର ସଙ୍ଗୀନ ଅଭିଯୋଗ । ମହାରାଷ୍ଟ୍ରର ସତାରାରେ ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଛନ୍ତି । ଡାକ୍ତରାଣୀ ନିଜ ହାତ ପାପୁଲିରେ ସୁଇସାଇଡ ନୋଟ୍ ମଧ୍ୟ ଲେଖିଛନ୍ତି । ଏଥିରେ ଲେଖା ହୋଇଛି ଯେ, ତାଙ୍କୁ ଦୁଇ ଜଣ ପୋଲିସ କର୍ମଚାରୀ ବଳାତ୍କାର କରିବା ସହ ଉତ୍ପୀଡନ କରୁଥିଲେ । ଏଥିରେ ସେ ମର୍ମାହତ ହୋଇ ଶେଷରେ ନିଜର ଜୀବନ ହାରିଛନ୍ତି । ସତାରାର ଫାଲଟନ ସ୍ଥିତ ଏକ ହୋଟେଲ ରୁମରେ ଡାକ୍ତରାଣୀଙ୍କ ଝୁଲନ୍ତା ମୃତଦେହ ମିଳିଛି । ଏହାକୁ ନେଇ ପୋଲିସ ଆଲର୍ଟ ହୋଇ ଯାଇଛି ।
ଉହିଳା ଡାକ୍ତର ବିଡ ଜିଲ୍ଲାର ବାସିନ୍ଦା ଥିଲେ । ସେ ସତାରାର ଫାଲଟନ ସ୍ଥିତ ସରକାରୀ ହସ୍ପିଟାଲରେ ଚାକିରି କରୁଥିଲେ । ମହିଳା ଜଣକ ନିଜ ହାତରେ ଲେଖିଥିବା ସୁଇସାଇଡ ନୋଟରେ କହିଛନ୍ତି ଯେ, ତାଙ୍କୁ ଦୁଇ ଜଣ ପୋଲିସ ବଳାତ୍କାର କରୁଥିଲେ ଏବଂ ଉତ୍ପୀଡନ ଜାରି ରହିଥିଲା । ତାଙ୍କୁ ଚାରି ଥର ଦୁଷ୍କର୍ମ କରାଯାଇଥିବା ସେ ସୁଇସାଇଡ ନୋଟରେ ଲେଖିଛନ୍ତି ।
ଏଥିରେ ସେ ମାନସିକ ଭାବେ ବହୁତ ଭାଙ୍ଗି ପଡିଥିଲେ । ଶେଷରେ ବାଧ୍ୟ ହୋଇ ସେ ଏମିତି ପଦକ୍ଷେପ ନେଇଛନ୍ତି । ସେ ଲେଖିଛନ୍ତି ଦୁଇ ପୋଲିସ ଅଧିକାରୀ ଗତ ୬ ମାସ ହେବ ତାଙ୍କୁ ବଳାତ୍କାର କରି ଚାଲିଥିଲେ । ସବ ଇନ୍ସପେକ୍ଟର ଗୋପାଳ ବାଡାନେ ତାଙ୍କର ଦୁଷ୍କର୍ମ କରିଥିଲେ । ଏହା ସହ ଅନେକ ଥର ଯøøନ ଉତ୍ପୀଡନ ମଧ୍ୟ କରିଛନ୍ତି । ଅନ୍ୟ ପୋଲିସ କର୍ମଚାରୀ ହେଉଛନ୍ତି ପ୍ରଶାନ୍ତ ବାଙ୍କର । ସେ ମଧ୍ୟ ତାଙ୍କୁ ମାନସିକ ଉତ୍ପୀଡନ କରି ଚାଲିଥିଲେ । ପୋଲିସ ଅଧିକାରୀଙ୍କ କହିବା କଥା ମାମଲାର ତଦନ୍ତ ଜାରି ରହିଛି । କେସ୍ ରୁଜୁ କରାଯାଇ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି ।
ପୋଲିସ ଅଧିକାରୀ କହିଛନ୍ତି, ଯେଉଁ ଦୁଇ ପୋଲିସ କର୍ମଚାରୀଙ୍କ ଉପରେ ଅଭିଯୋଗ ହୋଇଛି ସେମାନଙ୍କ ଭୂମିକାର ଯାଞ୍ଚ କରାଯାଉଛି । ଉଭୟଙ୍କୁ ସସପେଣ୍ଡ କରାଯାଇଛି । ମାମଲାର ସଠିକ୍ ଯାଞ୍ଚ ପାଇଁ ସତାରା ପୋଲିସକୁ ଆଦେଶ ଦିଆଯାଇଛି । ମାମଲାରେ ସଂପୃକ୍ତ ଲୋକଙ୍କୁ ଛଡା ଯିବ ନାହିଁ ବୋଲି ପୋଲିସ ଅଧିକାରୀ କହିଛନ୍ତି ।
Also read: ୟୁପିର ଧର୍ମାନ୍ତରଣ ବିରୋଧୀ ଆଇନ ଉପରେ ସୁପ୍ରିମକୋର୍ଟ ଉଠାଇଲେ ପ୍ରଶ୍ନ, କହିଲେ-ଭାରତ ଏକ ସେକୁଲାର ଦେଶ