ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୨୦୨୦ର ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ଉମର ଖାଲିଦ ଓ ଶରଜିଲ ଇମାମଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି । ଏହା ପରେ ଦିଲ୍ଲୀର ଜବାହର ଲାଲ ନେହେରୁ ୟୁନିଭର୍ସିଟି(ଜେଏନୟୁ)ରେ ଖୁବ୍ ନାରାବାଜି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କ୍ୟାମ୍ପସରେ ଖୁବ୍ ନାରାବାଜି ହୋଇଛି । ପ୍ରଦର୍ଶନର କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
ଭାଇରାଲ୍ ଭିିଡିଓରେ ବାମପନ୍ଥୀ ଛାତ୍ର ‘ମୋଦୀ-ଶାହ ତୋର କବର ଖୋଦାଯିବ, ଜେଏନୟୁ ମାଟିରେ’ ପରି ଆପତ୍ତିଜନକ ଓ ଉତ୍ତେଜନାମୂଳକ ନାରା ପିଏମ ମୋଦୀ ଓ ଅମିତ ଶାହଙ୍କ ବିରୋଧରେ କହୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲା ଟୁଇଟ୍ କରି ଏହାକୁ ତୀବ୍ର ବିରୋଧ କରିଛନ୍ତି । ସେ ଟୁଇଟ୍ କରିଛନ୍ତି ଯେ, ମୋଦୀ ଶାହଙ୍କ କବର ଖୋଦାଯିବ ଜେଏନୟୁ ମାଟିରେ..., ଶରଜିଲ ଉମରଙ୍କୁ ଜାମିନ ନ ମିଳିବା ପରେ ଏହି ନାରାବାଜି ଜେଏନୟୁର ଟୁକଡେ ଇକୋସିଷ୍ଟମ ଦ୍ୱାରା ଲଗାଯାଇଛି । ଏହି ଅର୍ବାନ ନକ୍ସଲ ହେଉଛନ୍ତି ଭାରତ ବିରୋଧୀ ସମୂହ ।
ପୁନାୱାଲା ଏକ ନ୍ୟୁଜ ଚ୍ୟାନେଲରେ ଆଲୋଚନା ବେଳେ କହିଛନ୍ତି, କଂଗ୍ରେସର ଇକୋସିଷ୍ଟମର ଛାତ୍ର ଏବେ ଧମକ ଦେଉଛନ୍ତି । ସେମାନେ ମୋଦୀ-ଶାହଙ୍କ କବର ଖୋଦାଯିବ ନାରା ଲଗା ଯାଉଛି । ଏମିତି ନାରା ଆମେ କଂଗ୍ରେସର କ ।ର୍ଯ୍ୟକ୍ରମରେ ମଧ୍ୟ ଶୁଣିବାକୁ ମିଳେ । ଭାବନ୍ତୁ ଯେଉଁ ଲୋକଙ୍କୁ ସୁପ୍ରିମକୋର୍ଟ ଜାମିନ ଦେବାକୁ ମନା କଲା ସେମିତି ଲୋକଙ୍କୁ କଂଗ୍ରେସ ଏବଂ ଏହାର ଶାଖା ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।
ଅନ୍ୟପଟେ ଏବିଭିପିର ଉପାଧ୍ୟକ୍ଷ ମନୀଷ ଚୌଧୁରୀ କହିଛନ୍ତି,ଗତକାଲି ଜେଏନୟୁରେ ଏବିଭିପି-ଆରଏସଏସର କବର ଖୋଦାଯିବାର ନାରା ଲାଗିଛି । ଜେଏନୟୁରେ ଏହି ଧରଣର ନାରା ସାଧାରଣ କଥା । ଏବିଭିପି-ଆରଏସଏସର କୋଟି କୋଟି କାର୍ଯ୍ୟକର୍ତ୍ତା ଅଛନ୍ତି । କଣ ଏମାନେ କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ କବର ଖୋଦିବ ।
Also read: ଅଚାନକ ବିଗିଡିଲା ସୋନିଆଙ୍କ ସ୍ୱାସ୍ଥ୍ୟ, ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି