ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ରାଜନୈତିକ ଗଳିରେ ଜଗଦୀପ ଧନଖଡ ଓ ସରକାରଙ୍କ ମଧ୍ୟରେ ଥିବା ମତଭେଦକୁ ନେଇ ଚର୍ଚ୍ଚା ଜୋର ଧରିଛ । କୁହାଯାଉଛି ଉଭୟ ପକ୍ଷ ମଧ୍ୟରେ ପୂର୍ବରୁ ଅନେକ ପ୍ରସଙ୍ଗରେ ମତଭେଦ ଥିଲା । ହେଲେ ଏହାକୁ ନେଇ ସରକାର କିମ୍ବା ଧନଖଡଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ । ଏସବୁ ମଧ୍ୟରେ ଭାରତୀୟ ନିର୍ବାଚନ ଆୟୋଗ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛି ।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ଧନଖଡ ଓ ସରକାରଙ୍କ ମଧ୍ୟରେ ଅନେକ ଥର ଉତ୍ତେଜନାମୂଳକ ସ୍ଥିତି ଉପୁଜିଛି । ଯେବେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଭାରତ ଗସ୍ତରେ ଆସିଥିଲେ, ତା ପୂର୍ବରୁ ଧନଖଡ କହିଥିଲେ ମୁଁ ମଧ୍ୟ ଉପରାଷ୍ଟ୍ରପତି ଏବଂ ତାଙ୍କର ସମକକ୍ଷ । ମୁଁ ତାଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବି ।
ଋିପୋର୍ଟ ଅନୁସାରେ ଏହା ପରେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ଧନଖଡଙ୍କ ସହ ଆଲୋଚନା କରି ତାଙ୍ୁ ଜଣାଇଥିଲେ ଯେ, ଭାନ୍ସ ଉପରାଷ୍ଟ୍ରପତି ହୋଇଥିଲେ ମଧ୍ୟ ସେ ଆମେରିକା ରାଷ୍ଟ୍ରପତିଙ୍କ ସନ୍ଦେଶ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆଣିଛନ୍ତି । ତେବେ ଏହାକୁ ନେଇ ଆନୁଷ୍ଠାନିକ ଭାବେ କିଛି ତଥ୍ୟ ସାମ୍ନାକୁ ଆସିନି ।
ବିଶ୍ୱସ୍ତ ସୂତ୍ରରୁ ଇଣ୍ଡିଆ ଟୁଡେ ନିଜ ରିପୋର୍ଟରେ ଦର୍ଶାଇଛି ଯେ, ଧନଖଡ ଚାହୁଁଥିଲେ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପିଏମ ଓ ରାଷ୍ଟ୍ରପତିଙ୍କ ସହ ତାଙ୍କ ଫଟୋ ରହୁ । ସେ କଥିତ ଭାବେ ଅନେକ ଥର ନିଜର ଇଚ୍ଛା ପ୍ରକାଶ କରିଥିଲେ ଯେ, ତାଙ୍କ କାରକେଡକୁ ଅପଗ୍ରେଡ କରାଯାଇ ମର୍ସିଡିଜେ ବେଞ୍ଜ କାର ସାମିଲ କରାଯାଉ । ତେବେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଉପରାଷ୍ଟ୍ରପତି କିମ୍ବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ପରି ଦାବି କରାଯାଇଥିଲା ।