ଗ୍ୟାଙ୍ଗଷ୍ଟର ଓ ପୋଲିସ ମୁହାଁମୁହିଁ । ଏହି ଘଟଣାରେ ଗ୍ୟାଙ୍ଗଷ୍ଟର ନିହତ ହୋଇଛି । ଜାମ୍ମୁ - କଶ୍ମୀର କଠୁଆ ସ୍ଥିତ ଏକ ସରକାରୀ ମେଡିକାଲ କଲେଜ ଆଗରେ ଏପରି ଏକ ଘଟଣା ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।
ସୂଚନା ଅନୁସାରେ, ଜାମ୍ମୁ - କଶ୍ମୀରର ଏକ ସରକାରୀ ମେଡିକାଲ କଲେଜ ଆଗରେ ଗ୍ୟାଙ୍ଗଷ୍ଟର ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ଗ୍ୟାଙ୍ଗଷ୍ଟର ପୋଲିସଙ୍କ ଉପରକୁ ଗୁଳି ଚାଳନ କରିଥିଲେ । କିଛି ସମୟ ପରେ ଗ୍ୟାଙ୍ଗଷ୍ଟର ଓ ପୋଲିସଙ୍କ ମଧ୍ୟରେ ଭୀଷଣ ଗୁଳି ବିନିମୟ ହୋଇଥିଲା । ଏହି ଘଟଣାରେ ଦୁଇ ଜଣ ପୋଲିସ ଆହତ ହୋଇଥିଲେ । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଥିଲା । ଚିକିତ୍ସା ସମୟରେ ଜଣେ ପୋଲିସଙ୍କ ମୃତ୍ୟୁ ହେବା ସହିତ ଅନ୍ୟ ଜଣ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଏହି ଘଟଣାରେ ମଧ୍ୟ ପୋଲିସ ଗୁଳିରେ ଜଣେ ଗ୍ୟାଙ୍ଗଷ୍ଟର ନିହତ ହୋଇଛି । ଗ୍ୟାଙ୍ଗଷ୍ଟର ଜଣଙ୍କର ପରିଚୟ ମିଳିଥିବା ସୂଚନା ମିଳିଛି ।
ଆଗକୁ ପଢ଼ନ୍ତୁ : ପୁଣି ବଢିଲା ମହୁଆଙ୍କ ଅଡୁଆ : ରୁଜୁ ହେଲା ମନି ଲଣ୍ଡରିଂ ମାମଲା