ନୂଆଦିଲ୍ଲୀ: ପହଲଗାମରେ ଆତଙ୍କୀ ହମଲାକୁ ନେଇ କଂଗ୍ରେସର ଅନେକ ନେତାଙ୍କ ବିବାଦୀୟ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ଚରଣଜିତ ସିଂ ଚନ୍ନି ଏହି ତାଲିକାରେ ସାମିଲ ହୋଇ ଯାଇଛନ୍ତି । ସାଂସଦ କହିଛନ୍ତି , ସରକାର ସର୍ଜିକାଲ ଷ୍ଟ୍ରାଇକ କଥା କହିଥିଲେ । ହେଲେ ଏହାର ପ୍ରମାଣ କାହିଁ ? ସେ ଏହା ମଧ୍ୟ କହିଛନ୍ତି, ପାକିସ୍ତାନୀ ନାଗରିକଙ୍କୁ ସେମାନଙ୍କର ଦେଶକୁ ପଠାଇ ସରକାରଙ୍କୁ କଣ ମିଳିଲା ? ଅଟାରୀ ସୀମା ପୂର୍ବରୁ ହିଁ ସିଲ୍ ଅଛି । ସିନ୍ଧୂ ଜଳ ଚୁକ୍ତି ସ୍ଥଗିତ ରଖିବା ସମ୍ଭବ ନୁହେଁ । ତେବେ ଆମ ଯନ୍ତ୍ରଣାର ଘା କେମିତି ଭବିବ ବୋଲି ଚନ୍ନି କହିଛନ୍ତି ।
ଦିଲ୍ଲୀରେ କଂଗ୍ରେସର କାର୍ଯ୍ୟକାରିଣୀ କମିଟି ବୈଠକ ପରେ ସେ କହିଛନ୍ତି, ଯେବେ ପୂର୍ବରୁ ହମଲା ହେଲା ଆମର ୪୦ ଯବାନ ସହିଦ ହୋଇଥିଲେ । ସେହି ସମୟରେ ଦେଶରେ ନିର୍ବାଚନ ଥିଲା । ଆଜି ପର୍ଯ୍ୟନ୍ତ ମୁଁ ଜାଣି ପାରିଲିନି ଯେ, କେଉଁଠି ଷ୍ଟ୍ରାଇକ ହୋଇଥିଲା । କହୁଛନ୍ତି, ଆମେ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରିଛୁ । କୌଣସି ଠି କିଛି ହୋଇନି । ଆମେ କଉଁଠି ସର୍ଜିକାଲ ଷ୍ଟ୍ରାକଇ ଦେଖିନୁ ।
ବୈଠକ ପରେ ଚନ୍ନି କହିଛନ୍ତି, ପହଲଗାମ ଆକ୍ରମଣକୁ ନେଇ କଂଗ୍ରେସର ଏହା ଦ୍ୱିତୀୟ ବୈଠକ ଥିଲା । କଂଗ୍ରେସ ତରଫରୁ ଆଶ୍ୱାସନା ଦିଆଯାଇଛି ଯେ, ଏମିତି ବିପଦ ସମୟରେ ଦଳ ସରକାରଙ୍କ ସହ ଅଛନ୍ତି । କଂଗ୍ରେସ ପାର୍ଟି ଆତଙ୍କବାଦ ନିପାତ କରିବା ଓ ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ସରକାରଙ୍କ ସହିତ ଚଟ୍ଟାଣ ପରି ରହିଛୁ । ତେଣୁ ସରକାରଙ୍କୁ ନିଜର ଦାୟିତ୍ୱ ନିର୍ବାହ କରିବାକୁ ପଡିବ ।