ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆତଙ୍କବାଦ ହିଁ ମାନବତା ବିରୋଧରେ ସବୁଠୁ ବଡ ବିପଦ । ଆଙ୍ଗୋଲ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶନିବାର ହାଇଦ୍ରାବାଦ ହାଉସରେ ଆଙ୍ଗୋଲା ରାଷ୍ଟ୍ରପତି ଜଆଓ ମାନୁଅଲ ଗୋଙ୍କାଲଭେସ ଲୋରେଙ୍କେୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆତଙ୍କବାଦ ଓ ଏହାର ସମର୍ଥକଙ୍କ ବିରୋଧରେ ଏଥର ନିର୍ଣ୍ଣାୟକ ଲଢେଇ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଯୁଗ୍ମ ପ୍ରେସ ବିବୃତିରେ ପିଏମ ମୋଦୀ କହିଛନ୍ତି, ୩୮ ବର୍ଷ ପରେ ଆଙ୍ଗୋଲାର ରାଷ୍ଟ୍ରପତି ଭାରତ ଗସ୍ତ କରିଛନ୍ତି । ତାଙ୍କର ଏହି ଯାତ୍ରାରେ ନା କେବଳ ଭାରତ-ଆଙ୍ଗୋଲା ସମ୍ବନ୍ଧକୁ ନୂତନ ଦିଗ ମିଳିବ ବରଂ ଭାରତ ଓ ଆଫ୍ରିକା ମଧ୍ୟରେ ଭାଗିଦାରୀକୁ ଏହା ଆହୁରି ମଜବୁତ କରିବ । ପ୍ରଧାନମନ୍ତ୍ରୀ ପହଲଗାମ ଆତଙ୍କୀ ହମଲାର ଉଲ୍ଲେଖ କରି କହିଛନ୍ତି ଯେ, ଆମେ ସମସ୍ତେ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ ସହମତି ହୋଇଛୁ ।
ଆତଙ୍କବାଦୀଙ୍କ ସମର୍ଥକଙ୍କୁ କଡା ଚେତାବନୀ ଦେଇ ପିଏମ ମୋଦୀ କହିଛନ୍ତି, ଆମେ ଆତଙ୍କବାଦୀ ଓ ଏହାର ସମର୍ଥକଙ୍କ ବିରୋଧରେ କଠୋର ଓ ନିର୍ଣ୍ଣାୟକ ଲଢେଇ କରିବାକୁ ପ୍ରତିବଦ୍ଧ । ସୀମା ପାର ଆତଙ୍କବାଦ ବିରୋଧ ଲଢେଇରେ ସମର୍ଥନ ଦେଇଥିବାରୁ ମୁଁ ଆଙ୍ଗୋଲାକୁ ଧନ୍ୟବାଦ ଜଣାଉଛି । ପହଲଗାମ ଆତଙ୍କୀ ହମଲାରେ ମୃତକଙ୍କ ପରିବାର ରାଷ୍ଟ୍ରପତି ଲୋରେନ୍ସୁ ଓ ଆଙ୍ଗୋଲାର ସମବେଦନା ପାଇଁ ପିଏମ କୃତଜ୍ଞତା ଜଣାଇଛନ୍ତି ।
ଆଙ୍ଗୋଲାକୁ ସାହାଯ୍ୟ ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ମୁଁ ଘୋଷଣା କରି ଖୁସି ଯେ ଆଙ୍ଗୋଲାର ସଶସ୍ତ୍ର ବାହିନୀର ଆଧୁନିକୀକରଣ ପାଇଁ ୨୦୦ ନିୟୁତ ଡଲାରର ପ୍ରତିରକ୍ଷା କ୍ରେଡିଟ୍ ଲାଇନ୍ ମଞ୍ଜୁର କରାଯାଇଛି।' ପ୍ରତିରକ୍ଷା ପ୍ଲାଟଫର୍ମ ଏବଂ ଯୋଗାଣଗୁଡ଼ିକର ମରାମତି ଏବଂ ମରାମତି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଆମେ ଆଙ୍ଗୋଲାର ସଶସ୍ତ୍ର ବାହିନୀକୁ ତାଲିମ ଦେବାରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି ପିଏମ ମୋଦୀ କହିଛନ୍ତି ।