କୃଷି ମନ୍ତ୍ରଣାଳୟ ଦ୍ୱାରା ଘୋଷଣା କରାଯାଇଛି ଯେ ଇ-ନାମ (e-NAM )ଯୋଜନା ଅଧୀନରେ ହିତାଧିକାରୀ ଏବଂ କୃଷକମାନଙ୍କ ପାଇଁ ଆଧାର ନମ୍ବରର ପ୍ରମାଣୀକରଣ ବାଧ୍ୟତାମୂଳକ। ଯେଉଁମାନେ ସେମାନଙ୍କର ଆଧାର ଯାଞ୍ଚ କରାଇ ନାହାଁନ୍ତି, ସେମାନଙ୍କୁ ଏହି ଯୋଜନାରେ ସବସିଡିର ଲାଭ ମିଳିବ ନାହିଁ।
କୃଷି ବିପଣନ ଇକୋସିଷ୍ଟମରେ ସ୍ୱଚ୍ଛତା ଆଣିବା ଲକ୍ଷରେ କୃଷି ମନ୍ତ୍ରଣାଳୟ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ, ପ୍ରାୟ ୧୭.୯ ନିୟୁତ ଚାଷୀ ଏବଂ ୪,୪୦୦ ରୁ ଅଧିକ ଚାଷୀ ଉତ୍ପାଦକ ସଂଗଠନ ଇ-ନାମ୍ ଯୋଜନାରେ ପଞ୍ଜିକୃତ କରିଛନ୍ତି ।
ସରକାର କହିଛନ୍ତି ଯେ ଇ-ନାମ ଯୋଜନା ପାଇଁ ଆଧାରକୁ ବାଧ୍ୟତାମୂଳକ କରିବା ଦ୍ୱାରା ବଜାରରେ ଡିଜିଟାଲାଇଜେସନ୍ ପ୍ରୋତ୍ସାହିତ ହେବ ଏବଂ ଅନଲାଇନ ବଜାରରେ କାରବାର ଅଧିକ ସୁରକ୍ଷିତ ହେବ ।
ଇ-ନାମ ସବସିଡିର ଲାଭ ପାଇବା ପାଇଁ ଆଧାର ଯାଞ୍ଚ ଆବଶ୍ୟକ। ଯେଉଁ ବ୍ୟକ୍ତିମାନଙ୍କର ଆଧାର ନାହିଁ, ସେମାନେ ମଧ୍ୟ ନାମଲେଖା ପ୍ରମାଣପତ୍ର ଏବଂ ସରକାର ପ୍ରଦାନ କରିଥିବା ପରିଚୟପତ୍ର ଯେପରିକି ଭୋଟର ପରିଚୟପତ୍ର, ରାସନ କାର୍ଡ, ପାସପୋର୍ଟ ଆଦି ଦାଖଲ କରି ଯୋଜନାର ଲାଭ ଉଠାଇପାରିବେ।
କୃଷି ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ଇ-ନାମ(e -NAM ) ପ୍ଲାଟଫର୍ମ ଅଧୀନରେ ମଣ୍ଡି ଭିତ୍ତିଭୂମିର ଲାଭ ପାଇବା ପାଇଁ ଚାଷୀ ମାନଙ୍କୁ ଆଧାର ଯାଞ୍ଚ କରିବାକୁ ପଡିବ କିମ୍ବା ନିଜକୁ ପଞ୍ଜିକରଣ କରିବାକୁ ପଡିବ। ତେବେ ଏହା ନକଲେ ,ଏହି ଯୋଜନାର ଲାଭ ମିଳିବ ନାହିଁ।
ଭାରତ ସରକାରଙ୍କ ଏକ ଡିଜିଟାଲ ପଦକ୍ଷେପ। ଏହା ୧୪ ଏପ୍ରିଲ ୨୦୧୬ରେ ଆରମ୍ଭ ହୋଇଥିଲା। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଦେଶବ୍ୟାପୀ କୃଷି ବଜାରକୁ ଏକ ଅନଲାଇନ୍ ପ୍ଲାଟଫର୍ମରେ ସଂଯୋଗ କରି ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଉତ୍ତମ ବଜାର ଏବଂ ଉଚିତ ମୂଲ୍ୟ ପ୍ରଦାନ କରିବା। ଏହି ଯୋଜନା କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ।