ହାଇଦ୍ରାବାଦ: ତେଲେଙ୍ଗାନାରୁ ଏକ ବଡ଼ ଖବର ଆସିଛି। ୟଦାଦ୍ରି ଭୁବନଗିରି ଜିଲ୍ଲାର ଆଲେର ରେଳ ଷ୍ଟେସନ ନିକଟରେ ଚାରମିନାର ଏକ୍ସପ୍ରେସରେ ନିଆଁ ଲାଗିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଟ୍ରେନଟି ଆଲେର ଷ୍ଟେସନ ସୀମା ମଧ୍ୟରେ ଥିବା ସମୟରେ କୋଚ୍ ଏସ୍୫ରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ କିମ୍ବା କ୍ଷୟକ୍ଷତି ସମ୍ପର୍କରେ ତୁରନ୍ତ କୌଣସି ସୂଚନା ମିଳିନାହିଁ। ଘଟଣାରେ କୌଣସି ମୃତାହତ କିମ୍ବା ଆହତଙ୍କ ବିଷୟରେ କୌଣସି ସରକାରୀ ନିଶ୍ଚିତକରଣ ହୋଇନାହିଁ।
ଅଗ୍ନିକାଣ୍ଡ ଖବର ପାଇବା ସମୟରେ ଟ୍ରେନ୍ ଟି ତେଲେଙ୍ଗାନାର ୟାଦାଦ୍ରି ଭୁବନଗିରିର ଆଲେର ରେଳ ଷ୍ଟେସନ ନିକଟରେ ଥିବା ଜଣାପଡ଼ିଛି। କୋଚ୍ ଏସ୍୫ରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଟ୍ରେନକୁ ଅଟକାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲା।
ଲୋକମାନେ ଟ୍ରେନରୁ ଧୂଆଁ ବାହାରୁଥିବା ଦେଖି ସୂଚନା ଦେଇଥିଲେ। କିଛି ବୁଝିବା ପୂର୍ବରୁ ହଠାତ୍ ନିଆଁ ଲାଗିଯାଇଥିଲା। ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଯାତ୍ରୀମାନେ ଚିତ୍କାର କରିବା ଏବଂ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ। ରେଳ ଅଧିକାରୀମାନଙ୍କୁ ସୂଚନା ଦିଆଯାଇଥିଲା। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା ଏବଂ ଅଗ୍ନି ନିର୍ବାପନ କାର୍ଯ୍ୟ ଆରମ୍ଭ ହୋଇଥିଲା।
ଅନୁମାନ କରାଯାଉଛି ଯେ ଚାରମିନାର ଏକ୍ସପ୍ରେସ ଟ୍ରେନରେ ନିଆଁ ସର୍ଟ ସର୍କିଟ ଯୋଗୁଁ ଲାଗିଥାଇପାରେ। ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି। ରେଳବାଇ ଏପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ।
ଅଧିକ ପଢ଼ନ୍ତୁ: ହ୍ୱାଇଟ୍ ହାଉସ୍ର ପ୍ରତିନିଧିଙ୍କର ରାତ୍ରୀଭୋଜନ ବେଳେ ଗୁଳିମାଡ଼