ବଦଳିଲା ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା,ଜାଣନ୍ତୁ କେବେ ରହିଛି ଆବେଦନର ତାରିଖ ?
Khabar Odisha:Change-in-Agniveer-recruitment-process-Aspirants-to-face-e-exam-first
ଖବର ଓଡିଶା : 05/02/2023:

ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ବଦଳିଲା । ଏଣିକି ଭାରତୀୟ ସେନାରେ  ଅଗ୍ନିବୀର ଭାବରେ ଯୋଗ ଦେବାକୁ ହେଲେ ମିଳିତ ପ୍ର‍ବେଶିକା ପରୀକ୍ଷା ଦେବାକୁ ହେବ । ଅଗ୍ନିବୀର ମାଧ୍ୟମରେ ଯେଉଁ ଯୁବକମାନେ ସେନାରେ ସାମିଲ ହେବାକୁ ଇଚ୍ଛୁକ ଥିବେ ସେମାନେ ବର୍ତ୍ତମାନ ଅନଲାଇନରେ ପରୀକ୍ଷା ଦେବେ ବୋଲି ଘୋଷଣା କରାଯାଇଛି  । ପ୍ରଥମ ପରୀକ୍ଷାରେ ପାସ ହେବା ପରେ ସେମାନଙ୍କର ଶାରୀରିକ ସୁସ୍ଥତା ଓ ଡାକ୍ତରୀ ପରୀକ୍ଷା କରାଯିବ । ଏଥିପାଇଁ ଇଚ୍ଛୁକ ଯୁବକ ମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ସୂଚନା ମୁତାବକ ଫେବୃଆରୀ ୧୦ ତାରିଖରୁ ମାର୍ଚ୍ଚ ୧୧ ତାରିଖ ଯାଏଁ ଏହାର ଆବେଦନ ପ୍ରକ୍ରିୟା ଚାଲୁରହିବ ।  ଆସନ୍ତା ଏପ୍ରିଲ ମାସ ୧୨ ତାରିଖରେ ଏହି ପରୀକ୍ଷା କରାଯିବା ନେଇ କୁହାଯାଇଛି । କେବଳ  ସେତିକି ନୁହେଁ ଯେଉଁ ପ୍ରାର୍ଥୀମାନେ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି ସେମାନେ ମଧ୍ୟ ଅଗ୍ନିବୀର ପାଇଁ ଆବେଦନ କରିପାରିବେ । ବର୍ତ୍ତମାନ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ କରାଯାଇଥିବାରୁ ପ୍ରାର୍ଥୀମାନେ ନିଯୁକ୍ତି ପାଇବାକୁ ହେଲେ ୩ଟି ପର୍ଯ୍ୟାୟ ଦେଇ ପରୀକ୍ଷା ଦେବାକୁପଡ଼ିବ । 

Subscribe

National International State Sports Entertainment