ଡେରାଡୁନ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ-ବଦ୍ରିନାଥ ରାଜପଥରେ ଗୁରୁବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଧୋଲତିର ଅଞ୍ଚଳରେ ଯାତ୍ରୀ ଭର୍ତ୍ତି ଏକ ବସ୍ ଅଳକାନନ୍ଦା ନଦୀକୁ ଖସି ପଡ଼ିଲା। ବସ୍ ଖସିବା ମାତ୍ରେ ଯାତ୍ରୀମାନେ ଚିତ୍କାର କରିଥିଲେ। କୁହାଯାଉଛି ଯେ ଦୁର୍ଘଟଣା ସମୟରେ ପାଞ୍ଚରୁ ଛଅ ଜଣ ଯାତ୍ରୀ ବସ୍ରୁ ନଦୀକୁ ଖସି ପଡ଼ିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ୧୧ ଜଣ ନିଖୋଜ ଅଛନ୍ତି।
ବସ୍ରେ ମୋଟ ୧୮ ଜଣ ଯାତ୍ରୀ ଥିବା କୁହାଯାଉଛି। ଉଦ୍ଧାର ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳରୁ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୧୮ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୧୧ ଜଣ ନିଖୋଜ ଅଛନ୍ତି।
ଦୁର୍ଘଟଣା ଖବର ପାଇବା ମାତ୍ରେ ସୁରକ୍ଷା ସଂସ୍ଥାଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁହାଯାଉଛି ଯେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ଏକ ଟେମ୍ପୋ ଟ୍ରାଭେଲର୍। ଏଥିରେ ପ୍ରାୟ ୧୮ ଜଣ ଯାତ୍ରୀ ଥିଲେ। ନିଖୋଜ ୧୧ ଜଣଙ୍କ ସନ୍ଧାନ ପାଇଁ ଉଦ୍ଧାର କାର୍ଯ୍ୟ କରାଯାଉଛି। ଏସ୍ଡିଆରଏଫ୍ ଏବଂ ସ୍ଥାନୀୟ ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।
୧୮ ଜଣ ଯାତ୍ରୀ ଭର୍ତ୍ତି ମିନିବସ୍ଟି ରାଜସ୍ଥାନରୁ ଆସୁଥିଲା। ଯାତ୍ରୀମାନେ ଚାରଧାମ ଯାତ୍ରା ପାଇଁ ଆସିଥିଲେ। ଅଳକାନନ୍ଦା ନଦୀରେ ପ୍ରବଳ ସ୍ରୋତ ଯୋଗୁଁ ବସ୍ଟି ଭାସି ଯାଇଥିଲା। ସୂଚନାଯୋଗ୍ୟ, କିଛିଦିନ ହେଲା ଉତ୍ତରାଖଣ୍ଡର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଏହି କାରଣରୁ ନଦୀଗୁଡ଼ିକ ପାଣିରେ ବୁଡ଼ି ରହିଛି। ବର୍ଷା ଯୋଗୁଁ ଅନେକ ସଡ଼କ ଦୁର୍ଘଟଣା ମଧ୍ୟ ଘଟିଛି।
ଅଧିକ ପଢ଼ନ୍ତୁ: ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉପରେ କାମ କରୁଛି ପାକିସ୍ତାନ