ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏଥିରେ ପ୍ରମୁଖ କ୍ଷେତ୍ର ପାଇଁ ବ୍ୟୟ ଅଟକଳ ରହିଛି। ସବୁଠୁ ଅଧିକ ପରିବହନ ପାଇଁ ରହିଥିବା ବେଳେ ଦ୍ୱିତୀୟରେ ପ୍ରତିରକ୍ଷା ବିଭାଗ ରହିଛି। ପରିବହନ ପାଇଁ ୫ ଲକ୍ଷ ୯୮ ହଜାର ୫୨୦ କୋଟି ବ୍ୟୟବରାଦ ହୋଇଥିବା ବେଳେ,
ପ୍ରତିରକ୍ଷା ପାଇଁ ୫ ଲକ୍ଷ ୯୪ ହଜାର ୫୮୫ କୋଟି ବ୍ୟୟବରାଦ ହୋଇଛି। ତୃତୀୟ ସ୍ଥାନରେ ଗ୍ରାମ୍ୟ ଉନ୍ନୟନ ପାଇଁ ୨ ଲକ୍ଷ ୭୩ ହଜାର ୧୦୮ କୋଟି ବ୍ୟୟବରାଦ ହୋଇଥିବା ବେଳେ, ଗୃହ ବିଭାଗ ପାଇଁ ୨ ଲକ୍ଷ ୫୫ ହଜାର ୨୩୪ କୋଟି ଏବଂ କୃଷି ପାଇଁ ୬୨ ହଜାର ୬୭୧ କୋଟି ବ୍ୟୟ ଅଟକଳ ରହିଛି ।
ନଜର ପକାନ୍ତୁ କେଉଁ କ୍ଷେତ୍ର ପାଇଁ କେତେ ବ୍ୟୟବରାଦ?
- ପରିବହନ - ୫ ଲକ୍ଷ ୯୮ ହଜାର ୫୨୦ କୋଟି
- ପ୍ରତିରକ୍ଷା - ୫ ଲକ୍ଷ ୯୪ ହଜାର ୫୮୫ କୋଟି
- ଗ୍ରାମ୍ୟ ଉନ୍ନୟନ - ୨ ଲକ୍ଷ ୭୩ ହଜାର ୧୦୮ କୋଟି
- ଗୃହ ବିଭାଗ - ୨ ଲକ୍ଷ ୫୫ ହଜାର ୨୩୪ କୋଟି
- କୃଷି - ୧ ଲକ୍ଷ ୬୨ ହଜାର ୬୭୧ କୋଟି
- ଶିକ୍ଷା - ୧ ଲକ୍ଷ ୩୯ ହଜାର ୨୮୯ କୋଟି
- ଶକ୍ତି - ୧ ଲକ୍ଷ ୯ ହଜାର ୨୯ କୋଟି
- ସ୍ୱାସ୍ଥ୍ୟ - ୧ ଲକ୍ଷ ୪ ହଜାର ୫୯୯ କୋଟି
- ସହରାଞ୍ଚଳ ବିକାଶ - ୮୫ ହଜାର ୫୨୨ କୋଟି
- IT ଓ ଟେଲିକମ୍ - ୭୪ ହଜାର ୫୬୦ କୋଟି
- ବାଣିଜ୍ୟ ଓ ଶିଳ୍ପ - ୭୦ ହଜାର ୨୯୬ କୋଟି
- ସାମାଜିକ କଲ୍ୟାଣ - ୬୨ ହଜାର ୩୬୨ କୋଟି
- ବୈଜ୍ଞାନିକ କ୍ଷେତ୍ର - ୫୫ ହଜାର ୭୫୬ କୋଟି
- ଟିକସ ବାବଦ ବ୍ୟୟବରାଦ - ୪୫ ହଜାର ୫୦୦ କୋଟି
- ବୈଦେଶିକ ବ୍ୟାପାର - ୨୨ ହଜାର ୧୧୯ କୋଟି
- ଅର୍ଥ ବିଭାଗ - ୨୦ ହଜାର ୬୪୯ କୋଟି
- ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ବିକାଶ - ୬ ହଜାର ୮୧୨ କୋଟି ଟଙ୍କା
ଅଧିକ ପଢନ୍ତୁ: ଏଥର ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ; ଶସ୍ତା ହେଲା କର୍କଟ ଓ ମଧୁମେହ ସହ ୭ ବିରଳ ରୋଗର ଔଷଧ, ଜାଣନ୍ତୁ କଣ ହେଲା ମହଙ୍ଗା