ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏନଡିଏ ସରକାର ଆସନ୍ତା ମାସରେ ଆର୍ଥିକ ବର୍ଷ ୨୦୨୪-୨୫ର ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ। ଏଥି ପାଇଁ ପ୍ରସ୍ତୁତି ଜାରି ରହିଛି। ମାତ୍ର ଏପର୍ଯ୍ୟନ୍ତ ବଜେଟ ଉପସ୍ଥାପନ ନେଇ ତାରିଖ ଘୋଷଣା ହୋଇନାହିଁ। ମାତ୍ର ସୂତ୍ର ଅନୁସାରେ ଜୁଲାଇ ୧୮ ତାରିଖରେ ବଜେଟ୍ ଉପସ୍ଥାପନ ହୋଇପାରେ। ପୂର୍ବରୁ ମଧ୍ୟ ଅନୁମାନ କରାଯାଉଥିଲା ଯେ, ମୋଦୀ ୩.୦ର ପୂର୍ଣ୍ଣ ବଜେଟ୍ ଜୁଲାଇରେ ଆସିପାରେ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୧୮ ତାରିଖରେ ବଜେଟ ଉପସ୍ଥାପନ କରିବେ। ସଂସଦୀୟ କାର୍ଯ୍ୟ ମନ୍ତ୍ରାଳୟ ଘୋଷଣା କରିଛି ଯେ, ୧୮ତମ ଲୋକସଭାର ପ୍ରଥମ ବଜେଟ ଅଧିବେଶନ ଜୁନ ୨୪ରୁ ଆରମ୍ଭ ହେବ ଓ ଏହା ଜୁଲାଇ ୩ ତାରିଖରେ ଶେଷ ହେବ। ସଂସଦର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରେ ଆରମ୍ଭ ହୋଇପାରେ ଏବଂ ଏହା ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଅଛି।
ନିର୍ମଳା ସୀତାରମଣ ଜୁନ ୧୨ରେ ଏନ୍ଡିଏ ସରକାରଙ୍କ ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ଏବେ ପୂର୍ଣ୍ଣ ବଜେଟ ଉପସ୍ଥାନପନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହା ପୂର୍ବରୁ ରାଜସ୍ବ ସଚିବଙ୍କ ସହିତ ସରକାରୀ ବୈଠକ କରିବା ପରେ ଅର୍ଥମନ୍ତ୍ରୀ ଆଜି ଶିଳ୍ପ ଜଗତର ହିତଧାରକଙ୍କ ସହିତ ବଜେଟ-ପୂର୍ବ-ବୈଠକ କରିବେ। ଆର୍ଥିକ ବର୍ଷ ୨୦୨୪-୩୫ ପାଇଁ ସେ ଅନ୍ତରୀଣ ବେଜଟ୍ ଗତ ଫେବ୍ରୁଆରି ୧ ତାରିଖରେ ଉପସ୍ଥାପନ କରିଥିଲେ।
ଏଥର ଲୋକସଭା ନିର୍ବାଚନରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଛି ଏବଂ ଏନ୍ଡିଏ ମେଣ୍ଟର ସରକାର ହୋଇଛି। ତେଣୁ ସାଧାରର ଜନତା ସରକାରଙ୍କ ଠାରୁ ଅନେକ ଆଶା ରଖିଛନ୍ତି। ତେଣୁ ସରକାର ମଧ୍ୟମ ଧରଣର ପରିବାର ପାଇଁ ସରକାର ଚିନ୍ତା କରିପାରନ୍ତି। ଆୟକରରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇପାରେ।