ଧୁମଧାମରେ ଚାଲିଥିଲା ବାହାଘର | ବାହାଘର ପାଇଁ ବରଯାତ୍ରୀ ଧରି ଝିଅ ଘରେ ପହଞ୍ଚିଲା ବର ହେଲେ ଅଧାରେ ଅଟକିଲା ବାହାଘର। କାରଣ ବାଟବରଣୀ ବେଳେ ଜଣାପଡିଗଲା ବର ଜଣକ ଥିଲା ଅପାଠୁଆ ସହ ମାନସିକ ରୋଗୀ । ଯିଏ କି ମାତ୍ର ୨୧୦୦ ଟଙ୍କାକୁ ଗଣିପାରିଲାନି । ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ଫାରୁଖାବାଦରେ । ବିବାହ ରୀତିନୀତି ସମୟରେ ଯେତେବେଳେ ପୁରୋହିତ ବର ଜଣକ ର ଆଚରଣରେ ସନ୍ଦେହ କରିଥିଲେ | ହାବଭାବ ରୁ ଏପରି ଲାଗିଲା ଯେପରି ବର ଜଣକ ମାନସିକ ରୋଗୀ | ତେଣୁ ପରୀକ୍ଷା କରିବାକୁ ଯାଇ କନ୍ୟାର ଭାଇ ବରକୁ ତାଙ୍କୁ ଗଣିବା ପାଇଁ ତାଙ୍କୁ ୨୧୦୦ ଟଙ୍କା ଦେଇଥିଲେ । ହେଲେ ବର ଏହାକୁ ଗଣିପାରିଲାନି । ଏହାପରେ ବାହା ହେବାକୁ ସଫା ସଫା ମନା କରିଦେଲା କନିଆଁ । ଫଳରେ ଶିଶୁପାଳ ହୋଇ ଘରକୁ ଫେରିଲା ବିଚରା ବର । ଏ ଖବର ସଂଗେ ସଂଗେ ଯାଇ କନ୍ୟା ପାଖରେ ପହଞ୍ଚିଲା । ଫଳରେ ବାହା ହେବାକୁ ରୋକଠୋକ୍ ମନା କରିଦେଇଥିଲା କନ୍ୟା । ଏଭଳି ଜଣେ ଅପାଠୁଆ ଓ ମାନସିକସ୍ତର ରେ ଦୁର୍ବଳ ବ୍ୟକ୍ତି କୁ କିପରି ବିବାହ କରି ତା ସହ ରହିବ ବୋଲି ପରିବାର ଲୋକଙ୍କୁ କହିଥିଲା କନ୍ୟାଜଣକ ,ଏହାପରେ ଦୁଇ ପରିବାର ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା ଫଳରେ ବାଧ୍ୟ ହୋଇ ଫେରିଥିଲା ବର ଓ ବରଯାତ୍ରୀ ।