ନୂଆଦିଲ୍ଲୀ: ଭାରତୀୟ ସେନା ସୋମବାର ବଙ୍ଗୋପସାଗରରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହି ପରୀକ୍ଷଣ ଦକ୍ଷିଣ କମାଣ୍ଡର ବ୍ରହ୍ମୋସ ୟୁନିଟ୍ ଓ ଟ୍ରାଇ ସର୍ଭିସେଜ ଆଣ୍ଡାମାନ ଓ ନିକୋବର କମାଣ୍ଡର ସମନ୍ୱୟରେ ରଖାଯାଇଛି । ଦୂରଗାମୀ ଯୁଦ୍ଧ ମିସାଇଲ ଭାବେ ଏହାର କ୍ଷମତା ବହୁତ ବିନାଶକାରୀ ରହିଛି । ପ୍ରକ୍ଷେପଣ ସମୟରେ ବ୍ରହ୍ମୋସ ସଠିକ୍ ଭାବେ ନିଜର ଲକ୍ଷ୍ୟଭେଦ କରିଛି । ଏହା ସହ ଭାରତୀୟ ସେନାର କ୍ଷମତା ଆହୁରି ବଢିଛି ।
ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ର ଉନ୍ନତ ଗାଇଡେନ୍ସ ସିଷ୍ଟମରେ ସଜ୍ଜିତ । ଏହି କ୍ଷେପଣାସ୍ତ୍ରର ସବୁଠୁ ବଡ ଶକ୍ତି ସୁପରସୋନିକ ସ୍ପିଡ ଅର୍ଥାତ ଧ୍ୱନିର ବେଗଠୁ ପ୍ରାୟ ତିନି ଗୁଣ ଅଧିକ ବେଗରେ ଗତି କରିଥାଏ । ଏହି କ୍ଷୀପ୍ର ଗତିରେ ଯିବା ସହ ସଠିକ୍ ଲକ୍ଷ୍ୟଭେଦ କରିବାକୁ ସମର୍ଥ । ଏହା ସହ ବ୍ରହ୍ମୋସ ସାବ୍ୟସ୍ତ କରି ଦେଇଛି ଯେ, ଭାରତୀୟ ସେନାର ବୈଷେୟିକ କ୍ଷମତା ଦୁନିଆର ଶୀର୍ଷ କ୍ଷେପଣାସ୍ତ୍ର ମଧ୍ୟରୁ ଏକ ।
ଏହାର ସଫଳ ପରୀକ୍ଷଣରେ ଭାରତର ଆତ୍ମନିର୍ଭରତାକୁ ଦର୍ଶାଉଛି । ଭବିଷ୍ୟତରେ ଏହା ଭାରତୀୟ ସେନା ପାଇଁ ମାଷ୍ଟର ଷ୍ଟ୍ରୋକ ସାବ୍ୟସ୍ତ ହେବ । ଏହା ଉନ୍ନତ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ । ଏହାର ସଫଳ ପରୀକ୍ଷଣ ଭାରତ ପାଇଁ ବହୁ ଗୁରୁତ୍ୱ ବହନ କରୁଛି । କାରଣ ଏହା ଭାରତୀୟ ସେନାର ଦକ୍ଷିଣ କମାଣ୍ଡର ବ୍ରହ୍ମୋସ ୟୁନିଟ ଆଣ୍ଡାମାନ କମାଣ୍ଡ ସହ ମିଶି ପରୀକ୍ଷଣ କରିଛନ୍ତି ।
ଉଲ୍ଲେଖନୀୟ ଆଣ୍ଡାମାନ ନିକୋବର କମାଣ୍ଡ ସେନା, ନୌସେନା ଓ ବାୟୁ ସେନା ତିନି ସେନାର ଯୁଗ୍ମ ଅପରେସନକୁ ସଞ୍ଚାଳନ କରିଥାଏ । ଏହାର ସଫଳତା ସହିତ ଭାରତ ସାବ୍ୟସ୍ତ କରି ଦେଇଛି ଯେ, ସେ ଭୂପୃଷ୍ଠରେ ହେଉ, ସମୁଦ୍ର କିମ୍ବା ଆକାଶରେ ହେଉ ପ୍ରତିିଟି ସ୍ଥାନରେ ଶତ୍ରୁର ଛାତି ଥରାଇବାକୁ କ୍ଷମତା ରଖୁଛି ।
Also read: ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଖପ୍ପା: ଚୁପ୍ ବସିପାରିବା ନାହିଁ, କୋଭିଡ଼ରେ ଆକାଶ ନୀଳ ଦିଶୁଥିଲା, ତାରା ଦିଶୁଥିଲା