ସ୍ୱେଚ୍ଛାକୃତ ଅବସର ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ବିହାର ନିର୍ବାଚନରେ କରିବେ ପ୍ରତିଦ୍ୱନ୍ଦିତା
Khabar Odisha:Bihar-DGP-Gupteswar-Pandey-retired-voluntarily
ପାଟଣା, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା):

ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ନିଜ ପଦରୁ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ବା ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି । ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଇ ଗୁପ୍ତେଶ୍ୱର ପାଣ୍ଡେଙ୍କ ଆବେଦନକୁ ବିହାର ରାଜ୍ୟପାଳ ଗ୍ରହଣ କରିଛନ୍ତି ।

ଗୁପ୍ତେଶ୍ୱର ପାଣ୍ଡେ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ପରେ ଡିଜି(ହୋମ୍‌ଗାର୍ଡ ଓ ଫାୟାର ସର୍ଭିସ୍‌) ଏସ୍‌କେ ସିଂଘଲଙ୍କୁ ବିହାର ପୋଲିସ୍‌ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଗୁପ୍ତେଶ୍ୱର ପାଣ୍ଡେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ତେଣୁ ସେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି ।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ବେଳେ ଚର୍ଚ୍ଚାରେ ଥିଲେ ଗୁପ୍ତେଶ୍ୱର ପାଣ୍ଡେ । ଏହି ମାମଲାରେ ତଦନ୍ତକୁ ନେଇ ସେ ମୁମ୍ବାଇ ପୋଲିସକୁ ସମାଲୋଚନା କରିଥିଲେ ।

  • Tags:

Subscribe

National International State Sports Entertainment