ଭାରତ ରତ୍ନ ପାଇଁ ଆଉ ତିନି ଜଣଙ୍କ ନାମ ଘୋଷଣା କଲେ କେନ୍ଦ୍ର ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ ଏବଂ ପିଭି ନରସିଂହ ରାଓ ଓ ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ୍ସ’ରେ ଏହା ଘୋଷଣା କରିଛନ୍ତି। ପୂର୍ବରୁ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜ ସେବୀ କର୍ପୂରୀ ଠାକୁର ଏବଂ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ନେଇ ଘୋଷଣା ହୋଇଥିଲା।
ଏହି ପରିପ୍ରେକ୍ଷୀରେ ମୋଦି କହିଛନ୍ତି ଯେ, "ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିବାରୁ ଆମ ସରକାର ଭାଗ୍ୟବାନ । ଏହି ସମ୍ମାନ ଦେଶ ପ୍ରତି ତାଙ୍କ ଅତୁଳନୀୟ ଅବଦାନ ପାଇଁ ସମର୍ପିତ । କୃଷକଙ୍କ ଅଧିକାର ଓ କଲ୍ୟାଣ ପାଇଁ ସେ ନିଜ ସମଗ୍ର ଜୀବନକୁ ଉତ୍ସର୍ଗ କରିଥିଲେ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ଦେଶର ଗୃହମନ୍ତ୍ରୀ ହୁଅନ୍ତୁ ଏବଂ ଜଣେ ବିଧାୟକ ଭାବରେ ମଧ୍ୟ ସେ ସର୍ବଦା ଦେଶ ନିର୍ମାଣକୁ ପ୍ରୋତ୍ସାହନ ଦେଇଥିଲେ । ସେମାନେ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଦୃଢ଼ତାର ସହ ଠିଆ ହୋଇଥିଲେ। ଦେଶର କୃଷକଙ୍କ ପ୍ରତି ତାଙ୍କର ସମର୍ପଣ ଏବଂ ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ର ପ୍ରତି ତାଙ୍କର ପ୍ରତିବଦ୍ଧତା ସମଗ୍ର ଦେଶକୁ ପ୍ରେରଣା ଦେଇଛି।"
ଅଧିକ ପଢନ୍ତୁ: କାଶୀ ବିଶ୍ଵନାଥ ମନ୍ଦିର ପୂଜାରୀଙ୍କ ଦରମା ୯୦୦୦୦