୨୪ ବର୍ଷ ବୟସରେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରି ହରିଗଲେ ବଙ୍ଗୀୟ ଅଭିନେତ୍ରୀ ଆଣ୍ଡ୍ରିଲା ଶର୍ମା ନୂଆଦିଲ୍ଲୀ, ନଭେମ୍ବର ୨୦(ଖବର ଓଡ଼ିଶା) Share story: ବଙ୍ଗୀୟ ଅଭିନେତ୍ରୀ ଆଣ୍ଡ୍ରିଲା ଶର୍ମାଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୨୪ବର୍ଷ ହୋଇଥିଲା। ସେ କର୍କଟ ରୋଗ ସହ ଲଢି ଜିତିଥିଲେ। ପୁଣି ଏହି ମାସ ଆରମ୍ଭରେ ତାଙ୍କର ବ୍ରେନ୍ଷ୍ଟ୍ରୋକ୍ ହୋଇଥିଲା। ବ୍ରେନ୍ଷ୍ଟ୍ରୋକ୍ ଯୋଗୁଁ କୋଲକାତା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ଭେଣ୍ଟିଲେଟରରେ ଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଅଭିନୟ କ୍ୟାରିୟର କଥା କହିବାକୁ ଗଲେ ଆଣ୍ଡ୍ରିଲା ଅନେକ ଟିଭି ସିରିଏଲରେ ନିଜର ଅଭିନୟ କରିଛନ୍ତି। ଝୁମର ସିରିଏଲରୁ ଅଭିନୟ ଜଗତରେ ପାଦ ଦେଇଥିଲେ। ଖବର ଓଡ଼ିଶା, Reporter, 20/11/2022