ନୂଆଦିଲ୍ଲୀ: ୨୦୨୯ ଲୋକସଭା ନିର୍ବାଚନ ପାଇଁ ଦେଶର ରାଜନୈତିକ ପାଣିପାଗ ଏବେଠାରୁ ସରଗରମ ହେବାରେ ଲାଗିଛି। ବିଶେଷ କରି ତାମିଲନାଡ଼ୁରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ (ଥାଲାପତି ବିଜୟ)ଙ୍କ ଦଳ ‘ତାମିଲନାଡ଼ୁ ଭେଟ୍ରି କାଝଗମ୍’ (TVK) ଏବଂ ଏହାର ମେଣ୍ଟ ସହଯୋଗୀ କଂଗ୍ରେସ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଛି।
ଟିଭିକେ ଦଳର ବିଧାୟକ, ମନ୍ତ୍ରୀ ଏବଂ କର୍ମୀମାନେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ଭାବେ ଦେଖିବାକୁ ଜୋରଦାର ଦାବି କରିଆସୁଛନ୍ତି। ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିବା ଏବଂ ସୋସିଆଲ ମିଡିଆରେ ଅଭିଯାନ ଆରମ୍ଭ ହେବା ପରେ କଂଗ୍ରେସ ଶିବିରରେ ଚିନ୍ତା ବଢ଼ିଯାଇଛି।
କଂଗ୍ରେସର କଡ଼ା ଚେତାବନୀ ଓ ମନ୍ତ୍ରୀ ପଦ ଛାଡ଼ିବା ଧମକ
ଏହି ପ୍ରସଙ୍ଗରେ ତାମିଲନାଡ଼ୁର ଜଣେ ବରିଷ୍ଠ କଂଗ୍ରେସ ମନ୍ତ୍ରୀ ଏସ୍. ରାଜେଶ କୁମାର ଏକ କଡ଼ା ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି ମେଣ୍ଟ ସହଯୋଗୀ ଦଳ ଟିଭିକେ ୨୦୨୯ ନିର୍ବାଚନ ପାଇଁ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଗ୍ରହଣ ନ କରେ, ତେବେ ରାଜ୍ୟ କ୍ୟାବିନେଟ୍ରୁ କଂଗ୍ରେସ ମନ୍ତ୍ରୀମାନେ ଇସ୍ତଫା ଦେବେ।
କଂଗ୍ରେସ ସର୍ବଦା ରାହୁଲ ଗାନ୍ଧୀଙ୍କୁ ଇଣ୍ଡି ମେଣ୍ଟର ଜାତୀୟ ଚେହେରା ଏବଂ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିବାକୁ ଚାହୁଁଛି। କିନ୍ତୁ ଦକ୍ଷିଣ ଭାରତରେ ବିଜୟଙ୍କ ବଢ଼ୁଥିବା ଲୋକପ୍ରିୟତା ଏବଂ ଦଳୀୟ ନେତାଙ୍କ ଏପରି ଦାବି କଂଗ୍ରେସର ଜାତୀୟ ରଣନୀତିକୁ ପ୍ରଭାବିତ କରୁଛି।
Also Read: ଭବିଷ୍ୟତରେ ସିଜେପି ନେତା ଦୁର୍ନୀତିଖୋର ହେବେ କି ନାହିଁ, ଲେଖି କି ଦେଇ ପାରିବିନି: ସୋନମ ୱାଙ୍ଗଚୁକ