ନୂଆଦିଲ୍ଲୀ: ଏସସିଓ (SCO) ଶିଖର ସମ୍ମିଳନୀ ଅବସରରେ ବିଶ୍ୱ ରାଜନୀତିର ଏକ ବଡ଼ ଦୃଶ୍ୟ ଦେଖିବାକୁ ମିଳିଛି। ସମ୍ମିଳନୀ ମଞ୍ଚରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ପରସ୍ପରକୁ ହାତ ମିଳାଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଏହି ସୌଜନ୍ୟମୂଳକ ଭେଟଘାଟ ଏବଂ ଆଲୋଚନା ଏବେ ଆନ୍ତର୍ଜାତୀୟ ଗଣମାଧ୍ୟମରେ ମୁଖ୍ୟ ଆକର୍ଷଣ ପାଲଟିଛି। ଅନ୍ୟପଟେ ପାଖରେ ଛିଡା ହୋଇଥିବା ଶେହବାଜ ସରିଫଙ୍କୁ ଦେଖିଲେ ବି ନାହିଁ।
ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍ ମଧ୍ୟ ଉପସ୍ଥିତ ଥିଲେ। ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନେ ଗୋଟିଏ ମଞ୍ଚରେ ଏକାଠି ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସି ଜିନପିଙ୍ଗ୍ଙ୍କ ପରସ୍ପର ସହ ହାତମିଳାଇବା ଘଟଣା ଏସୀୟ ରାଜନୀତିରେ ଏକ ନୂତନ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି। ଖାସ୍ କଥା ଏହି ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ହେଲେ ସେ ଶରିଫଙ୍କ ସହ ହାତ ମିଳାଇବା ତ ଦୂରର କଥା ତାଙ୍କ ଆଡକୁ ଚାହିଁଲେ ବି ନାହିଁ । ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଗତ କିଛି ବର୍ଷ ହେବ ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ତିକ୍ତତା ଲାଗି ରହିଥିବାବେଳେ, ଏଭଳି ସୌଜନ୍ୟମୂଳକ ଭେଟ ସମ୍ପର୍କ ସୁଧାରିବାର ଏକ ସଙ୍କେତ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏସସିଓ ଭଳି ଆନ୍ତର୍ଜାତୀୟ ମଞ୍ଚରେ ଏହି ଦୁଇ ପ୍ରମୁଖ ଏସୀୟ ଦେଶର ନେତାଙ୍କ ସାକ୍ଷାତ ବିଶ୍ୱ ଅର୍ଥନୀତି ଓ ଶାନ୍ତି ପ୍ରତି ମଧ୍ୟ ବେଶ୍ ଗୁରୁତ୍ୱବହନ କରେ। ଏହି ବୈଠକକୁ ନେଇ ବର୍ତ୍ତମାନ ବିଶ୍ୱ ରାଜନୀତିରେ ବିଭିନ୍ନ ଆକଳନ କରାଯାଉଥିବାବେଳେ, ଏହା ଭାରତର ବୈଦେଶିକ ନୀତି ପାଇଁ ମଧ୍ୟ ଏକ ବଡ଼ ଖବର ହୋଇ ରହିଛି।
Also Read: ସୁନା କିଣାରୁ ନିବୃତ୍ତ ରୁହନ୍ତୁ, ପୁଣି ଅପିଲ୍ କଲେ ପିଏମ ମୋଦୀ