ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ଜଳବାୟୁ କର୍ମୀ ତଥା ଶିକ୍ଷାବିତ୍ ସୋନମ ୱାଙ୍ଗଚୁକ୍ ନିଜର ସ୍ପଷ୍ଟବାଦୀ ମତାମତ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ସାମ୍ପ୍ରତିକ ଏକ ପ୍ରସଙ୍ଗରେ, ଭବିଷ୍ୟତରେ ସିଜେପି ନେତାମାନେ ଦୁର୍ନୀତିଗ୍ରସ୍ତ ହୋଇଯିବେ କି ନାହିଁ, ସେ ନେଇ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି।
ସୋନମ ୱାଙ୍ଗଚୁକ୍ ସ୍ପଷ୍ଟ କରିଛନ୍ତି ଯେ, କୌଣସି ବ୍ୟକ୍ତିବିଶେଷ କିମ୍ବା ନେତାଙ୍କୁ ଆଖିବୁଜି ଭରସା କରାଯାଇପାରିବ ନାହିଁ। ଯୁବ ଆନ୍ଦୋଳନ ଏବଂ ରାଜନୈତିକ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ହେଉଥିବା ବେଳେ, ଭବିଷ୍ୟତରେ ଏହି ନେତାମାନେ ସଚ୍ଚୋଟ ରହିବେ କି ନାହିଁ, ସେ ସମ୍ପର୍କରେ ସେ କୌଣସି ଗ୍ୟାରେଣ୍ଟି ଦେଇପାରିବେ ନାହିଁ ବୋଲି ମତ ଦେଇଛନ୍ତି।
ୱାଙ୍ଗଚୁକ୍ କହିଛନ୍ତି ଯେ ରାଜନୈତିକ ପରିବର୍ତ୍ତନ ଏବଂ ଯୁବ ଆନ୍ଦୋଳନ ସମୟରେ ନେତୃତ୍ୱ ନେଉଥିବା ବ୍ୟକ୍ତିମାନଙ୍କର ଆଭିମୁଖ୍ୟ ଓ ମହତ୍ତ୍ୱାଙ୍କ୍ଷାକୁ ନେଇ ସବୁବେଳେ ସତର୍କ ରହିବା ଜରୁରୀ। ଆଜି ଯେଉଁମାନେ ଆନ୍ଦୋଳନର ଆଗରେ ଅଛନ୍ତି, ଆଗାମୀ ଦିନରେ ସେମାନେ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ ରହିବେ କି ନାହିଁ, ତାହା କେହି କହିପାରିବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ନେତାଙ୍କ ପଛରେ ଅନ୍ଧ ଭକ୍ତିଭାବେ ଦୌଡ଼ିବା ପରିବର୍ତ୍ତେ ଜନସାଧାଣଙ୍କୁ ଅଧିକ ସଚେତନ ଏବଂ ଜାଗ୍ରତ ହେବାକୁ ପଡ଼ିବ ବୋଲି ସେ ମତ ରଖିଛନ୍ତି।
ସୋନମ ୱାଙ୍ଗଚୁକ୍ଙ୍କ ଏହି ମନ୍ତବ୍ୟ ପରେ ରାଜନୈତିକ ଏବଂ ସୋସିଆଲ ମିଡିଆ ମହଲରେ ନୂତନ ଚର୍ଚ୍ଚା ଆରମ୍ଭ ହୋଇଛି। ବିଶେଷ କରି ଯୁବପିଢ଼ିଙ୍କୁ ନେଇ ଗଠିତ ସଂଗଠନ ଓ ସେମାନଙ୍କ ନେତୃତ୍ୱକୁ ନେଇ ଯେଉଁ ପ୍ରଶ୍ନ ଉଠିଛି, ତାହା ଆଗାମୀ ଦିନରେ କି ପ୍ରକାର ପ୍ରଭାବ ପକାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
Also Read: ଆମେରିକା-ଇରାନ ମଧ୍ୟରେ ପୁଣି ଭୟଙ୍କର ଉତ୍ତେଜନା: ଖାର୍ଗ ଦ୍ୱୀପ ଧ୍ୱଂସ ହୋଇଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଦାବି