କରୋନା ସଙ୍କଟ ପରେ ଏବେ ଖାଉଟି ଦ୍ରବ୍ୟର ଦରଦାମ ବୃଦ୍ଧିରେ ବେହାଲ ଭାରତୀୟ ମଧ୍ୟବିତ୍ତ ପରିବାର
Khabar Odisha:After-Covid-FMCG-inflation-hits-Indian-households

ନୂଆଦିଲ୍ଲୀ,ଜୁନ୍ ୧୧(ଖବର ଓଡ଼ିଶା): ମୁଦ୍ରାସ୍ଫୀତିରେ ୪୦% ଗ୍ରୋସରୀ ଉତ୍ପାଦରେ ମୂଲ୍ୟ ବୃଦ୍ଧି ହେତୁ ଉତ୍କଟ ମୁଦ୍ରାସ୍ଫୀତି ସଙ୍କଟ ସୃଷ୍ଟି ହୋଇଛି। ଭାରତୀୟ ଗ୍ରାହକମାନେ ଖାଇବା ତେଲ ପାଖରୁ ଆରମ୍ଭ କରି ବ୍ୟକ୍ତିଗତ ଏବଂ ଘର ଯତ୍ନ ଉତ୍ପାଦ ସହିତ ଅତ୍ୟାବଶ୍ୟକ ଦ୍ରବ୍ୟ ପାଇଁ ଅଧିକ ଅର୍ଥ ବ୍ୟୟ କରୁଛନ୍ତି। ମହାମାରୀ ସମୟରେ ଅଧିକ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ଲୋକମାନଙ୍କର ଆର୍ଥୀକ ମେରୁଦଣ୍ଡ ଭାଙ୍ଗି ପକାଇଥିଲା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ନିମ୍ନ ଏବଂ ମଧ୍ୟମ ଆୟ ପରିବାରକୁ ଆହୁରି କଷ୍ଟ ଆଣି ଦେଇଛି।

 ଅତ୍ୟାବଶ୍ୟକ ଦ୍ରବ୍ୟ ଗୁଡିକରେ ଅହେତୁକ ଧରଦାମ ବୃଦ୍ଧି ପାଇଥିଲା ବେଳେ ଖାଇବା ତେଲରେ ସର୍ବାଧିକ ବୃଦ୍ଧି ଘଟିଛି ଏପରିକି ଗତ ବର୍ଷ ତୁଳନାରେ ଏମଆରପି ପ୍ରାୟ ୫୦ ପ୍ରତିଶତ ଆକାଶଛୁଆଁ ହୋଇଛି।
ଏକ ଦଶନ୍ଧି ମଧ୍ୟରେ ଖାଇବା ତେଲର ମୂଲ୍ୟ ସର୍ବୋଚ୍ଚ ସ୍ତରକୁ ବୃଦ୍ଧି ପାଇଛି।

ବର୍ତ୍ତମାନ ସୁଦ୍ଧା ସାଧାରଣ ଖାଇବା ତେଲ ଗ୍ରାହକମାନେ ଏକ ଲିଟର ଥଳି ବିଶୋଧିତ ତେଲ ପାଇଁ ୨୦୦ ରୁ ଉର୍ଦ୍ଧ ଟଙ୍କା ଦେଉଛନ୍ତି । ଗତ ବର୍ଷ ଏପ୍ରିଲରେ ଯାହା ଦେଉଥିଲେ ତା’ଠାରୁ ପ୍ରାୟ ୮୦ ଟଙ୍କା ଅଧିକ।

 ସେହିପରି ଚାଉଳ, ଡାଲି ଏବଂ ଚିନି ସହିତ ଅନ୍ୟାନ୍ୟ ଜରୁରୀ ଖାଦ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଉଦାହରଣ ସ୍ୱରୂପ, ଗତ ବର୍ଷ ୮୧ ଟଙ୍କା ତୁଳନାରେ ଟୁର ଡାଲିର ଏକ କିଲୋଗ୍ରାମ ପ୍ୟାକ୍ ମୂଲ୍ୟ ୧୦୭ ଟଙ୍କା । କଫି ହାରରେ ପରିବର୍ତ୍ତନ ହୋଇନଥିବାବେଳେ ଚା ମୂଲ୍ୟରେ ୧୫-୨୦ ପ୍ରତିଶତ ବୃଦ୍ଧି କରାଯାଇଛି।

ବ୍ୟବସାୟୀ କହିଛନ୍ତି ଯେ ଚାଉଳର ମୂଲ୍ୟ ପ୍ରାୟ ୭%, ସାବୁନ୍ ୧୫%, ଡିଟରଜେଣ୍ଟ ୧୦%, ଫ୍ଲୋର୍ କ୍ଲିନର୍ସ ୫% ବୃଦ୍ଧି ପାଇଛି।

ମୂଲ୍ୟ ବୃଦ୍ଧି ହେତୁ ତେଲ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଏବଂ ଗୋଟିଏ ବର୍ଷ ମଧ୍ୟରେ ଆମେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିଛୁ ବୋଲି ବ୍ୟବସାୟୀ ମାନେ କହୁଛନ୍ତି।

ଏତିକିରେ ଅଟକିନି ଦରଦାମ ବୃଦ୍ଧି ଯାତ୍ରା ,ସାବୁନ୍ ଏବଂ ଡିଟରଜେଣ୍ଟ୍ ବର୍ଗରେ ପ୍ରିମିୟମ୍ ଉତ୍ପାଦଗୁଡିକ ମୂଳ ଉତ୍ପାଦ ତୁଳନାରେ ଅଧିକ ମୂଲ୍ୟ ବୃଦ୍ଧି ଘଟିଛି ।ବିଶେଷକରି ଖାଇବା ତେଲ - ସ୍ୱଳ୍ପ ଏବଂ ମଧ୍ୟମ ଆୟ ପରିବାର ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି ।

  • Tags:

Subscribe

National International State Sports Entertainment