ଆଜିଠୁ ମହଙ୍ଗା ହେବ ଏଟିଏମ୍ ସେବା ନୁଆଦିଲ୍ଲୀ, ଜାନୁଆରୀ ୦୧ (ଖବର ଓଡ଼ିଶା): Share story: ଆଜିଠୁ ମହଙ୍ଗା ହେବ ଏଟିଏମ୍ ସେବା । କୋଭିଡ ସହାୟତା ଯୋଗୁ ସରକାର ବ୍ୟାଙ୍କର ଏଟିଏମ୍ ବ୍ୟବହାର ଉପରେ କୋହଳ କରିଥିଲେ । ଫଳରେ ଗତ କିଛି ମାସ ହେବ ଉପଭୋକ୍ତା ଏଟିଏମ୍ ସୁବିଧାର ଫାଇଦା ଉଠାଉଥିଲେ । ତେବେ ଏହି କୋହଳ ସମୟସୀମା ଶେଷ ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶନାମା ଅନୁସାରେ ୨୦୨୨ ଜାନୁଆରୀ ୧ ରୁ ଏଟିଏମ୍ରୁ ଟଙ୍କା ଉଠାଣ ଉପରେ ଅଧିକ ଶୁଳ୍କ ଦେବାକୁ ପଡିବ। ରିଜର୍ଭ ବ୍ୟାଙ୍କ ବିଜ୍ଞପ୍ତି ଅନୁଯାୟୀ, ଜାନୁୟାରୀ ୧, ୨୦୨୨ ଠାରୁ, ବ୍ୟାଙ୍କଗୁଡିକ ପ୍ରଯୁଜ୍ୟ ଟିକସ ସହିତ ୨୦ ଟଙ୍କା ବଦଳରେ ୨୧ ଟଙ୍କା ଚାର୍ଜ କରିବାକୁ ଅନୁମତି ଦିଆଯାଇଛି, ଯଦି ଏହା ଅତିରିକ୍ତ ଭାବରେ ପ୍ରଦାନ କରାଯିବ। ଏବେ ଗ୍ରାହକମାନେ ନିଜ ନିଜ ବ୍ୟାଙ୍କ ଏଟିଏମ୍ରୁ ପ୍ରତି ମାସରେ ପାଞ୍ଚ ଥର ମାଗଣା କାରବାର ପାଇଁ ଯୋଗ୍ୟ ଅଟନ୍ତି । ସେମାନେ ଅନ୍ୟ ବ୍ୟାଙ୍କ ଏଟିଏମ୍ରୁ ମାଗଣା କାରବାର ପାଇଁ ମଧ୍ୟ ଯୋଗ୍ୟ ଅଟନ୍ତି । ତେବେ ମେଟ୍ରୋ ସିଟି ମାନଙ୍କରେ ବିନା ଶୁଳ୍କରେ ସୁବିଧା କେବଳ ତିନିଥର ମିଳିପାରିବ । ଗ୍ରାହକ ଯଦି ଖାତାର ବାଲାନ୍ସ ଚେକ୍ କରୁଛନ୍ତି ବା ଷ୍ଟେଟ୍ମେଣ୍ଟ ବାହାର କରୁଛନ୍ତି ତାହା ବି ମାଗଣା କାରବାର ହିସାବରେ ଗଣତି ହେବ ବୋଲି କୁହାଯାଇଛି । ଖବର ଓଡ଼ିଶା, Reporter, 01/01/2022