ପ୍ରଭୁ ଶ୍ରୀ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ପ୍ରତିଷ୍ଠା କରାଯିବ ପାଇଁ ପ୍ରସ୍ତୁତି ଜୋରସୋର ଚାଲିଛି । ରାମ ମନ୍ଦିରର ଗର୍ଭଗୃହରେ ରାମ ଲାଲାଙ୍କ ବିଗ୍ରହ ସ୍ଥାପନ ପାଇଁ ୮ ଫୁଟ୍ ଉଚ୍ଚ ସୁନାର ମାର୍ବଲ ସିଂହାସନ ତିଆରି କରାଯାଉଛି । ରାଜସ୍ଥାନର କୁଶଳୀ କାରିଗରମାନଙ୍କ ଦ୍ୱାରା ଏହି ସିଂହାସନ ନିର୍ମାଣ କରାଯାଉଛି ବୋଲି ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଦସ୍ୟ ଅନୀଲ ମିଶ୍ର ସୂଚନା ଦେଇଛନ୍ତି । ଆସନ୍ତା ଡିସେମ୍ବର ୧୫ ସୁଦ୍ଧା ଏହି ସିଂହାସନ ଅଯୋଧ୍ୟାରେ ପହଞ୍ଚିବ।
ପ୍ରଭୁ ଶ୍ରୀ ରାମଙ୍କ ଭକ୍ତମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେଇଥିବା ସୁନା, ରୂପା ଇତ୍ୟାଦି ଏହି ସିଂହାସନ ନିର୍ମାଣରେ ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି ଅନୀଲ ମିଶ୍ର । ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଅଯୋଧ୍ୟା । ଆଉ ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ସବରେ ସାମିଲ ହେବେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ମଧ୍ୟ ଦିଆଯାଇଛି ।
ଆଗକୁ ପଢ଼ନ୍ତୁ : ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଏକ ଲକ୍ଷ ଭକ୍ତଙ୍କ ପାଇଁ ହେବ ଖାଦ୍ୟ ବ୍ୟବସ୍ଥା