ଭାରତ ଯୋଡ ଯାତ୍ରାର ଶେଷ ପର୍ଯ୍ୟାୟ ଏବେ ଜାମ୍ମୁ-କାଶ୍ମୀରରେ ଚାଲିଛି । ଏହି କ୍ରମରେ ସେଠାରେ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ଆଜି ଆତଙ୍କବାଦୀମାନେ ଦୁଇଟି ବିସ୍ଫୋରଣ କରିଛନ୍ତି । ଏଥିରେ 6ଜଣ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି । ଜମ୍ମୁର ନରୱାଲ୍ ଅଞ୍ଚଳରେ ବିସ୍ଫୋରଣ ସଙ୍ଗଠିତ ହୋଇଥିବା କଥା ଜମ୍ମୁର ଅତିରିକ୍ତ ପୁଲିସ ମହାନିର୍ଦେଶକ ମୁକେଶ ସିଂହ କହିଛନ୍ତି। ପୁଲିସ ସୂଚନା ମୁତାବକ ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି ତା’ର ଆଖପାଖ ଅଞ୍ଚଳରେ ଅନେକ କବାଡି ଦୋକାନ ରହିଛି। ପ୍ରାଥମିକ ତଦନ୍ତରୁ ଏହି କବାଡି ଦୋକାନରୁ ବିସ୍ଫୋରଣ ହୋଇଥିବା ପୁଲିସ ଅନୁମାନ କରିଛି। ବିସ୍ଫୋରଣ ପରେ ପୁଲିସ ଘଟଣା ସ୍ଥଳକୁ ଘେରାବନ୍ଦୀ କରି ରଖିଛି। ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ଏହାସହ ଆହାତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ପୁରୁଣା ଗାଡି ଭିତରେ ଆଇଡି ଲଗାଇ ବିସ୍ଫୋରଣ କରାଯାଇଥିବା ଅନୁମାନ କରାଯାଉଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।