ମାଲକାନଗିରି : ରବିବାର ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ପୋଲିସ ନିକଟରେ ଛତିଶଗଡ ବିଜାପୁର ଓ ସୁକ୍ମାର ୬୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୁକ୍ମା ଓ ବିଜାପୁରରେ ଏହି ମାଓବାଦୀମାନେ ଦଳ ସଭ୍ୟଭାବରେ କାର୍ଯ୍ୟକରି ଆସୁଥିଲେ । ଏମାନଙ୍କ ମଧ୍ୟରୁ ୧୬ ଜଣ ମହିଳା ଥିବା ବେଳେ ୪୮ ପୁରୁଷ ରହିଛନ୍ତି। ଏହି ମାଓବାଦୀ ସଂଗଠନ ଜନ ମିଲିସିଆ, ଡିଭିସିଏମ୍, ଏସିଏମ୍, ପାର୍ଟି ମେମ୍ବର, ପିପିସିଏମ କ୍ୟାଡରରେ କାର୍ଯ୍ୟ କରୁଥିଲେ। ସଂଗଠନର ହିଡମା ଓ ଦେବା ଭଳି ବଡ ବଡ ମାଓନେତାଙ୍କ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି। ତେଣୁ ଏଥିରେ ନିଜ ଜୀବନ ପ୍ରତି ବିପଦ ରହିଛି । ଅନ୍ୟପକ୍ଷରେ ଏହି ବଡ଼ ନେତାମାନେ ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ କୌଣସି ସୁରକ୍ଷା ଦେଉ ନ ଥିବାରୁ ନିଜ ଜୀବନପ୍ରତି ବିପଦ ଥିବା ଜାଣି ଏମାନେ ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ଆଇଜି ଚନ୍ଦ୍ରଶେଖର ରେଡ୍ଡୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏବେ ଏମାନେ ସମାଜର ମୁଖ୍ଯ ସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।
ବର୍ତ୍ତମାନ ଛତିଶଗଡରେ ପୋଲିସ ପ୍ରତି ସ୍ଥାନରେ କ୍ୟାମ୍ପ ପ୍ରତିଷ୍ଠା କରି ମାଓବାଦୀଙ୍କୁ ଗିରଫ କରିବା ସହ ସ୍ପେଶାଲ ଅପରେସନ କରୁଛନ୍ତି।