ରାମ ନବମୀ ଉପଲକ୍ଷେ ଚର୍ତୁଦିଗ ରାମମୟ ହୋଇଉଠିଲା। ରାମ ନାମରେ ଗୁଂଜାରିତ ହେଉଥିଲା ଗାଁ ଠୁ ସହର। ହେଲେ ‘ଜୟ ଶ୍ରୀ ରାମ’ ନାରା ଦେବାରୁ ୩ ଜଣ ଯୁବକଙ୍କୁ ପିଟି ପିଟି ଲହୁଲୁହାଣ କରିଦେଲେ ୪ ଯୁବକ। ଫଳରେ ୩ ଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଗୁରୁତର ଆହତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ଅ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ।
ସୂଚନା ଅନୁସାରେ , ଗତକାଲି ବାଙ୍ଗାଲୁରୁରେ ୩ ଜଣ ଯୁବକ କାର ଭିତରେ ବସି ଜୟ ଶ୍ରୀ ରାମ’ ନାରା ଦେଉଥିଲେ। ଏହାଦେଖି ଦୁଇଟି ବାଇକ୍ରେ ଯାଉଥିବା ୪ଜଣ ଯୁବକ ସେମାନଙ୍କୁ ଏପରି ନାରା ଦେବାକୁ ବାରଣ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହେବା ସହ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଫଳରେ ଯୁବକ ମାନେ ରାଗିଯାଇ ୩ ଯୁବକଙ୍କୁ ପ୍ରବଳ ପିଟିଥିଲେ। ଫଳରେ ୩ ଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ଘଟଣା ଘଟାଇବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ହେଲେ ପୋଲିସ ଖୁବ ଖୋଜାଖୋଜି କରିବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।