ପଞ୍ଜାବରେ ଘଟିଛି ଅଘଟଣ । ଦୁଇ ମହଲା ଘର ଭୁଶୁଡ଼ି ୩ ଜଣ ଶ୍ରମିକଙ୍କ ଜୀବନ ଚାଲିଯିବା ସହିତ ଅନ୍ୟ କେତେକ ଶ୍ରମିକ ଘର ତଳେ ଚାପି ହୋଇଯାଇଥିଲେ । ଖବର ପାଇ, ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସୂଚନା ଅନୁସାରେ, ପଞ୍ଜାବର ରୂପନଗରର ଏକ କଲୋନୀରେ ଦୁଇ ମହଲା ଘର ଭୁଶୁଡ଼ି ପଡିଥିଲା । ଯାହାଫଳରେ ସେଠାରେ କାମ କରୁଥିବା ୩ ଜଣ ଶ୍ରମିକଙ୍କର ଜୀବନ ଚାଲିଯାଇଥିଲା । ଭୁଶୁଡି ପଡିଥିବା ଘରର ଭଗ୍ନାବଶେଷ ତଳେ ପ୍ରାୟ ୫ ଜଣ ଶ୍ରମିକ ରହିଯାଇଥିଲେ । ଖବର ପାଇ, ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଉଦ୍ଧାରକାରୀ ଟିମ ୨ ଜଣଙ୍କ ମୃତ ଶରୀରକୁ ଭଗ୍ନାବଶେଷ ତଳୁ ଉଦ୍ଧାର କରିବା ସହିତ ଆଉ ଜଣେ ଗୁରୁତର ହୋଇଥିଲେ । ଗୁରୁତର ଶ୍ରମିକଙ୍କ ଚିକିତ୍ସା ପାଇଁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି କହିଥିଲେ । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି ।
ଆଗକୁ ପଢ଼ନ୍ତୁ : ଟ୍ରକ ଧକ୍କାରେ : ଭାଇ,ଭଉଣୀ ମୃତ