ବନ୍ୟାପାଇଁ ୨୮ଟି ଭାରତୀୟ ବିମାନ ବାତିଲ୍ । ଦୁବାଇରେ ପ୍ରବଳ ବର୍ଷାପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟା ଫଳରେ ଅନେନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ସାଧାରଣ ଲୋକେ । ଏପରିକି ରେକର୍ଡ ବୃଷ୍ଟିପାତ ହେତୁ ବିମାନ ଚଳାଚଳରେ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଏଥିସହ ଅତ୍ୟଧିକ ବର୍ଷା ଯୋଗୁ ରାସ୍ତା ମଝିରେ ପାଣି ଜମିଥିବାରୁ କାରଗୁଡିକ ମଧ୍ୟ ଅଧାରେ ଅଟକି ଯାଇଛି ।
ଅଧିକ ବୃଷ୍ଟିପାତ ହେବାରୁ ବିମାନ ଯାତ୍ରାକୁ ବାତିଲ କରାଯାଇଛି । ଭାରତୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ ଦୁବାଇ ଅଭିମୁଖେ ଯାଉଥିବା ପ୍ରାୟ ୧୫ ଟି ବିମାନକୁ ବାତିଲ କରିଥିବାବେଳେ ଭାରତକୁ ଆସିବାକୁ ଥିବା ୧୩ଟି ବିମାନ ବାତିଲ କରାଯାଇଛି। ଦୁବାଇରେ ଖରାପ ପାଗ ଯୋଗୁ ବିମାନ ଯାତ୍ରାକୁ ବାତିଲ କରାଯାଇଛି । ଦୁବାଇରେ ଏଭଳି ଖରାପ ପାଗ ପାଇଁ ଯାତ୍ରାରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ସେଥିପାଇଁ ଯାତ୍ରୀମାନଙ୍କ ପାଇଁ ଚେକ ଇନ୍ ବନ୍ଦ କରାଯାଇଛି । ଏହି ବନ୍ୟା ପରିସ୍ଥିତି ଯୋଗୁ ଦୁବାଇରେ ସମସ୍ତ ସ୍କୁଲ କଲେଜ ବନ୍ଦ କରାଯାଇଛି ।
ଅଧିକ ପଢନ୍ତୁ :ଖୁବଶୀଘ୍ର ହେବ ଅସ୍ତ୍ର ମାର୍କ-୨ ର ପରୀକ୍ଷଣ