ବିହାରର ପ୍ରସିଦ୍ଧ ପର୍ବ ହେଉଛି ଛଟ୍ ପର୍ବ । ଯେଉଁ ପର୍ବକୁ ପାଳନ କରିବା ପାଇଁ ସମସ୍ତ ବିହାରବାସୀ ଏକାଠି ହୋଇଥାନ୍ତି । କିନ୍ତୁ ଛଟ୍ ପୂଜାବେଳେ ବିହାରରେ ଘଟିଛି ଗୁଳିକାଣ୍ଡ । ପୋଲିସଙ୍କ ସୂଚନା ଅନୁସାରେ, ଆଜି ସକାଳେ ବିହାରର ଲଖିସରାୟ ଅଞ୍ଚଳରେ ଗୋଟେ ପରିବାର ୬ ଜଣ ଲୋକ ଛଟ୍ ପୂଜା ସାରି ଫେରୁଥିବା ସମୟରେ ସେମାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଯାହା ଫଳରେ ୨ ଜଣଙ୍କର ମୃତ୍ୟୁ ହେବାସହିତ ୪ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ଗୁଳିମାଡ଼ କରିସାରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।ଗୁଳିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳିଯାଇଛି । କିଏ ଓ କେଉଁ କାରଣରୁ ପରିବାରଙ୍କ ଉପରକୁ ଗୁଳିମାଡ଼ କରିଲା ତାହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିଲେ ମଧ୍ୟ ପୋଲିସ କାରଣ ଖୋଜୁଛି ।
ଆଗକୁ ପଢ଼ନ୍ତୁ : ବିଶାଖାପାଟଣାରେ ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ୪୦ଟି ବୋଟ