୧୨ରାଜ୍ୟରେ ୧ ଲକ୍ଷରୁ ଉର୍ଦ୍ଧ ସକ୍ରୀୟ ସଂକ୍ରମଣ – କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ
Khabar Odisha:12-States-with-more-than-1-lakh-active-said-central-health-ministry

ନୁଆଦିଲ୍ଲୀ,ମେ ୩(ଖବର ଓଡିଶା); ଆଜି ଅପରାହ୍ନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ପ୍ରେସ୍ କନ୍‌ଫରେନ୍ସରେ ଦେଶର ୧୨ଟି ରାଜ୍ୟରେ ୧ ଲକ୍ଷରୁ ଉର୍ଦ୍ଧ ସକ୍ରିୟ ସଂକ୍ରମଣ ରହିଥିଲା ବେଳେ ୭ ଟି ରାଜ୍ୟରେ ୫୦ ହଜାରରୁ ଉର୍ଦ୍ଧ ଏବଂ ୧୭ ରାଜ୍ୟରେ ୫୦ ହଜାରରୁ କମ ସକ୍ରିୟ ସଂକ୍ରମଣ ରହିଥିବା ସୂଚନା ଦିଆଯାଇଛି । 

ତେବେ ୨୨ ଟି ରାଜ୍ୟରେ କରୋନ ଟେଷ୍ଟ ହେଉଥିବା ଲୋକମାନଙ୍କ ମଧ୍ୟରୁ ୧୫ ପ୍ରତିଶତ ସଂକ୍ରମଣ ମିଳୁଥିବା ବେଳେ ୯ ଟି ରାଜ୍ୟରୁ ୫ ରୁ ୧୫ ପ୍ରତିଶତ ପଜିଟିଭ୍ ଚିହ୍ନଟ ହେଉଛନ୍ତି ଏବଂ ୫ ରାଜ୍ୟରେ ୫ ପ୍ରତିଶତରୁ କମ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । 

ତେବେ ଆଶ୍ୱସ୍ଥିର କଥା ହେଉଛି ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ଝାଡଖଣ୍ଡ, ମହାରାଷ୍ଟ୍ର ଏବଂ ପଞ୍ଜାବ ଭଳି ରାଜ୍ୟରେ ଦୈନିକ ସଂକ୍ରମଣର ମାମାଲା କମିଛି । 

ତେବେ ସମ୍ପୁର୍ଣ୍ଣ ଦେଶରେ କୋଭିଡ ଟିକା କରଣକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାବକ କରାଯାଇଥିଲା ବେଳେ ଏ ପର୍ଯ୍ୟନ୍ତ ମୋଟ ୧୫.୭୨ କୋଟି ଲୋକଙ୍କୁ ଟିକା କରଣ ସରିଲାଣି । ୪୫ ବର୍ଷରୁ ଉର୍ଦ୍ଧ ୧୦.୫୩ କୋଟି ଲୋକ ପ୍ରଥମ ଡୋଜ ଟିକା ନେଇଥିଲା ବେଳେ ୧.୫୪ କୋଟି ଲୋକ ଦ୍ୱିତ୍ୱୀୟ ଡୋଜ ନେଇଛନ୍ତି । ସେହିପରି ୯୪ ଲକ୍ଷ ସ୍ୱସ୍ଥ୍ୟକର୍ମୀ ପ୍ରଥମ ଡୋଜ ଟିକା ନେଇଥିଲା ବେଳେ ୬୩ ଲକ୍ଷ ଦ୍ୱିତ୍ୱୀୟ ଡୋଜ ନେଇଛନ୍ତି । ୧.୩୪ କୋଟି ଆଗଧାଡିର କରୋନା ଯୋଦ୍ଧା ପ୍ରଥମ ଡୋଜ ଟିକା ନେଇଛନ୍ତି ଓ ୭୨ ଲକ୍ଷ ଦ୍ୱିତ୍ୱୀୟ ଡୋଜ ନେଇଛନ୍ତି । ତେବେ ଚଳିତ ମେ ୧ରୁ ସମଗ୍ର ଭାରତରେ ୧୮ ବର୍ଷରୁ ଉର୍ଦ୍ଧ ମାତ୍ର ୨ ଲକ୍ଷ ପ୍ରଥମ ଡୋଜ ନେଇଛନ୍ତି । 

ଏହା ସହିତ ଦେଶରେ କରୋନା ସଂକ୍ରମଣରେ ବିଭିନ୍ନ ମେଡିକାଲରେ ବେଡ ମିଳୁ ନଥିଲା ବେଳେ ଅନେକ ଜାଗାରେ ଅକ୍ସିଜେନ ଅଭାବରୁ ରୋଗି ମୃତ୍ୟୁ ବରଣ କରୁଛନ୍ତି । ଏହି ଭଳି ସମୟରେ ଭାରତ ସରକାରଙ୍କ ନିୟମ ଅନୁିଯାୟୀ ସମସ୍ତ ମେଡିକାଲ ମାନେ ଅକ୍ସିଜେନର ଯଥାର୍ଥ ବ୍ୟବହାର ନେଇ ସୁନିଶ୍ଚିତ କରନ୍ତୁ ଏବଂ ସରକାରଙ୍କ ପକ୍ଷରୁ ଅନୁରୋଧ କରିଛନ୍ତି ଯେ ଅକ୍ସିଜନ ସିଲିଣ୍ଡର କଳାବଜାରୀ ଏବଂ ଗଛିତ ନହୁଏ ସେଥିପ୍ରତି ପ୍ରତ୍ୟେକ ଦେଶବାସୀ ସଚେତନ ହୋଇ ଭୟଭିତ ନହୁଅନ୍ତୁ ।

  • Tags:

Subscribe

National International State Sports Entertainment