ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟୀ ତାର ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି ଦଳ । ଏହାକୁ ମିଶାଇ ଦଳ ୭୦ଟି ଆସନରୁ ୬୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବୁରାରୀ ଏବଂ ଦେଉଲି ଆସନରୁ ମେଣ୍ଟ ଦଳର ନେତାଙ୍କୁ ପ୍ରାର୍ଥୀ କରିପାରେ ଦଳ ।
ବବନାରୁ ରବୀନ୍ଦ୍ର କମାର (ଇନ୍ଦ୍ରରାଜ), ବଜୀପୁରରୁ ପୁନମ ଶର୍ମା, ଦିଲ୍ଲୀ କ୍ୟାଣ୍ଟରୁ ଭୁବନ ତମ୍ବର, ସଙ୍ଗମ ବିହାରରୁ ଚନ୍ଦନ କୁମାର ଚୌଧୁରୀ, ଗ୍ରେଟପ୍ କୈଳାଶ ଆସନରୁ ଶିଖା ରାୟ, ତ୍ରିଲୋକପୁରୀରୁ ରବିକାନ୍ତ ଉଜ୍ଜୈନ, ଶାହଦରାରୁ ସଞ୍ଜୟ ଗୋୟଲ୍, ବାବରପୁରରୁ ଅନିଲ ବଶିଷ୍ଠ ଏବଂ ଗୋକଲପୁର ଆସନରୁ ପ୍ରବୀଣ ନିମେଷ ମଇଦାନକୁ ଓହ୍ଲାଇବେ ।
ଆସନ୍ତାକାଲି ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ଜାନୁଆରୀ ୧୮ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ଅନିଚ୍ଛୁକ ପ୍ରାର୍ଥୀମାନେ ଜାନୁଆରୀ ୨୦ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବେ । ଫେବୃୟାରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ହେବ ଓ ଫେବୃଆରୀ ୮ରେ ଫଳାଫଳ ପ୍ରକାଶ ପାଇବ ।
।