ରାକ୍ଷୀପୂର୍ଣ୍ଣିମାରେ ପ୍ରସ୍ତୁତ କରନ୍ତୁ ଗାଜର ଖିରି
Khabar Odisha:lifestyle-Odisha-carrort-kheer-gajar-ki-kheer-recipe
ଭୁବନେଶ୍ୱର, ଅଗଷ୍ଟ ୦୯(ଖବର ଓଡ଼ିଶା):

ବ୍ରତ ଦିନରେ କିଛି ମିଠା ବ୍ୟଞ୍ଜନ ଖାଇବା ଦ୍ୱାରା ଦିନଟି ଆପଣଙ୍କର ମଧୁର ହୋଇଯାଏ । ଆଗକୁ ଆସୁଛି ରାକ୍ଷୀପୂର୍ଣ୍ଣିମା । ତେବେ ରାକ୍ଷୀ ଅବସରରେ ତ ଆପଣ କିଛି ନୂଆ ମିଠା ଜାତୀୟ ବ୍ୟଞ୍ଜନ ପ୍ରସ୍ତୁତ କରି ନିଜ ପରିବାର ଓ ଭାଇକୁ ଖାଇବାକୁ ଦେବାକୁ ନିଶ୍ଚିତ ଚାହୁଁଥିବେ । ତେବେ ଆପଣ କେତେ ଗାଜର ଖିରି ଖାଇଛନ୍ତି ? ତେବେ ଏହି ରାକ୍ଷୀରେ ଆପଣ ଘରେ ସଜହରେ ଗାଜର ଖିରି । ଏହି ବ୍ୟଞ୍ଜନ ଖାଇବା ପାଇଁ ଯେତେ ସୁସ୍ୱାଦୁ ପ୍ରସ୍ତୁତ କରିବା ପାଇଁ ମଧ୍ୟ ସେତେ ସହଜ । 

ସାମଗ୍ରୀ : 

ଗାଜର : ୩ଟି

ଦେଶୀ ଘିଅ : ୨ଚାମଚ

କ୍ଷୀର : ୨କପ

କଣ୍ଡେନସଡ଼ ମିଲ୍କ :୩ଚାମଚ

କାଜୁ ଓ କିସମିସ: ଅଳ୍ପ

ସ୍ୱାଦନୁସାରେ ଚିନି

ଗୁଜୁରାତି ଗୁଣ୍ଡ :୧ଚାମଚ

 ପ୍ରସ୍ତୁତି ପ୍ରଣାଳୀ :ପ୍ରଥମେ ଗାଜରର ଚୋପା ଛଡ଼ାଇ କୋରି ନିଅନ୍ତୁ । ଗ୍ୟାସ ଅନ କରି କଡେଇ ବସାନ୍ତୁ । ସେଥିରେ କୋରା ହୋଇ ରଖାଯାଇଥିବା ଗାଜରକୁ ପକାଇ ଅଳ୍ପ ସମୟ ଜାଳ କମ କରି ଭାଜନ୍ତୁ । ପରେ ସେଥିରେ କ୍ଷୀର ପକାଇ ସିଝାନ୍ତୁ । କ୍ଷୀର ଯେପରି କଡେଇରେ ଲାଗି ନଯାଏ ତା ଉପରେ ଧ୍ୟାନ ଦେଇ ଗୋଳାନ୍ତୁ । ଭଲ ଭାବେ ଗାଜରଟି ସିଝିବା ପରେ ସେଥିରେ କଣ୍ଡେନସଡ଼ ମିଲ୍କ ପକାନ୍ତୁ । ଭଲ ଭାବେ ଗାଜର ସିଝି କ୍ଷୀର ଫୁଟିବା ପରେ ସେଥିରେ ଗୁଜୁରାତି ଗୁଣ୍ଡ ପକାଇଦିଅନ୍ତୁ । ଏହା ପରେ ସେଥିରେ ସ୍ୱାଦ ଅନୁସାରେ ଚିନି ପକାଇ ଗୋଳାନ୍ତୁ । ଅନ୍ୟ ପଟେ କାଜୁ ଓ କିସମିସକୁ ଘିଅ ପକାଇ ଅଳ୍ପ ଭାଜି ଏକ ପାତ୍ରକୁ କାଢି ରଖନ୍ତୁ । ଏହା ପରେ ଗାଜରଟି କ୍ଷୀର ସହ ମିଳିଯିବା ପରେ ସେଥିରେ କାଜୁ କିସମିସ ପକାନ୍ତୁ । ବର୍ତ୍ତମାନ ଆପଣଙ୍କର ୟମି ଗାଜର ଖିରି ପ୍ରସ୍ତୁତ ହୋଇଗଲା । ଏହାକୁ ଏକ ପାତ୍ରରେ ବାହାର କରି ସର୍ଭ କରନ୍ତୁ । 

  • Tags:

Subscribe

National International State Sports Entertainment