ପର୍ଯ୍ୟାପ୍ତ ପନିପରିବା ଓ ଫଳ ରୋକିବ ହୃଦଘାତ ଭଳି ଘାତକ ରୋଗ
Khabar Odisha:lifestyle-Odisha-Fruits-and-vegetable-can-reduce-the-risk-of-heart-Diseases
ଭୁବନେଶ୍ୱର, ଜୁଲାଇ ୧୪(ଖବର ଓଡ଼ିଶା):

ଆଜିକାଲିର ବ୍ୟସ୍ତବହୁଳ ଜୀବନଯାପନରେ କେଉଁ ଖାଦ୍ୟ ଆମ ଶରୀର ପାଇଁ ଉପକାରୀ ତାହା ନ ଦେଖି ଯାହା ଖାଇବାକୁ ମିଳୁଛି ତାହା ଖାଉଛୁ । କିନ୍ତୁ ଫଳ ଓ ପନିପରିବା ଉପରେ ବିଶେଷ ଧ୍ୟାନ ଦେଇନଥାଉ । ପର୍ଯ୍ୟାପ୍ତ ମାତ୍ରାରେ ଫଳ ଓ ପନିପରିବା ନ ଖାଇବା ଦ୍ୱାରା ସାଧାରଣରେ ଅନେକ ଲୋକେ ହୃଦରୋଗ ଓ ହୃଦଘାତ ଭଳି ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି । 

ଅନେକ ହୃଦରୋଗୀଙ୍କ ମୃତ୍ୟୁ ପର୍ଯ୍ୟାପ୍ତ ପରିମାଣର ପନିପରିବା ଓ ଫଳ ନ ଖାଇବା ଦ୍ୱାରା ହୋଇଥିବା ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ୨୦୧୦ ମସିହାରେ ହୋଇଥିବା ଏକ ରିସର୍ଚ୍ଚରେ ୧୮ଲକ୍ଷ ଲୋକଙ୍କ ମୃତ୍ୟୁ କେବଳ ପର୍ଯ୍ୟାପ୍ତ ପରିମାଣର ଫଳ ଓ ୧୦ଲକ୍ଷ ଲୋକଙ୍କ ମୃତ୍ୟୁ ଠିକ ପରିମାଣର ପନିପରିବା ନଖାଇବାରୁ ହୋଇଛି ବୋଲି ଜଣାପଡ଼ିଛି ।  ଆମେରିକାର ଜଣେ ଅନୁସନ୍ଧାନକାରୀ ଭିକ୍ଟୋରିଆ ମିଲର ଫଳ ଓ ପନିପରିବା ମନୁଷ୍ୟର ଆହାର ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଦର୍ଶାଇଛନ୍ତି । ସଠିକ ପରିମାଣର ପନିପରିବା ଓ ଫଳ ନ ଖାଇବା ଦ୍ୱାରା ହୃଦରୋଗ ଭଳି ଅନେକ ଘାତକ ରୋଗର ଶିକାର ହୋଇପାରନ୍ତି ବୋଲି ଜଣାପଡ଼ିଛି ।

  • Tags:

Subscribe

National International State Sports Entertainment