ଗରମ ପାଣି ପିଇବା ଦ୍ୱାରା ମିଳିଥାଏ ଏସବୁ ଫାଇଦା..
Khabar Odisha:drinking-hot-water-in-the-morning
ଭୁବନେଶ୍ୱର, ଅଗଷ୍ଟ ୧୫(ଖବର ଓଡ଼ିଶା):

ସମସ୍ତ ପ୍ରକାରର ରୋଗ ଆସ ପେଟରୁ ହିଁ ଜନ୍ମ ହୋଇଥାଏ । ସେଥିପାଇଁ ଆପଣ ଯଦି ସୁସ୍ଥ ରହିବାକୁ ଚାହାନ୍ତି ତେବେ ପ୍ରତିଦିନ ସକାଳୁ ଉଠି ଗରମ ପାଣି ପିଅନ୍ତୁ । ଆଜିକାଲି ଅନେକ ଲୋକ ଅଛନ୍ତି ଯେଉଁମାନେ ଗରମ ପାଣି ପିଉଛନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଗରଣ ପାଣି ପିଇବାର ଫାଇଦା ବିଷୟରେ ଜାଣିନାହାନ୍ତି । ତେବେ ଆସନ୍ତୁ ଜାଣିବା ଗରମ ପାଣି ପିଇବାର ଫାଇଦା ବିଷୟରେ..

୧-ସକାଳୁ ଉଠି ଗରଣ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ରହିଥାଏ । ଫଳରେ ଖୁବଶୀଘ୍ର ରୋଗ ଆପଣଙ୍କୁ ହୋଇନଥାଏ । ଏହାସହିତ ପେଟକୁ ସପା ରଖିବା ସହ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ । 

୨-ଗରମ ପାଣି ପିଇବା ଦ୍ୱାରା ଗଣ୍ଠି ମଜଭୁତ ହୋଇଥାଏ ଏବଂ ଗଣ୍ଠି ଦରଜ କମିଥାଏ । ସେହିପରି ଥଣ୍ଡା ଓ ଗଳା ଜନିତ ସମସ୍ୟା ଭଲ ହୋଇଥାଏ । 

୩- ଓଜନ କମାଇବାରେ ଗରମ ପାଣି ବେଶ ସହାୟକ ହୋଇଥାଏ ।  ମାତ୍ର ଗରଣ ପାଣିରେ କଳା ଲଙ୍କା, ଲୁଣ ଓ ଲେମ୍ବୁ ରସ ମିଶାଇ ପିଇଲେ ଅଧିକ ଭୋଗ ଲାଗେ ଓ ଓଜନ ବୃଦ୍ଧି ହୋଇଥାଏ । 

୪-ପ୍ରତିଦିନ ସକାଳେ ଗରମ ପାଣି ପିଇବା ଦ୍ୱାରା ସ୍ନାୟୁ ପ୍ରଣାଳୀରେ ଥିବା ଚର୍ବି ହ୍ରାସ ପାଏ ଓ ରକ୍ତ ସଞ୍ଚାଳନରେ ଉନ୍ନତି ଆସିଥାଏ । ପିରିୟଡରେ ହୋଇଥିବା ପେଟ ଯନ୍ତ୍ରଣା ଗରମ ପାଣି ପିଇବା ଦ୍ୱାରା ଭଲ ହୋଇଥାଏ । 

  • Tags:

Subscribe

National International State Sports Entertainment