ବ୍ରେଡ ଗୋଲାପ ଜାମୁନ ଘରେ ପ୍ରସ୍ତୁତ କରି ଖାଆନ୍ତୁ ଓ ପ୍ରିୟଜନଙ୍କୁ ଖୁଆନ୍ତୁ
Khabar Odisha:Lifestyle-Odisha-healthy-food-bread-gulab-jamun-recipe
ଭୁବନେଶ୍ୱର, ଅଗଷ୍ଟ ୨୧(ଖବର ଓଡ଼ିଶା):

ମିଠା ତ ସମସ୍ତଙ୍କ ପସନ୍ଦ । ଆପଣ ତ ଗୋଲାପ ଜାମୁନ ଖାଇଥିବେ ନିଶ୍ଚିତ । କିନ୍ତୁ ବ୍ରେଡରେ ସହଜରେ କିପରି ଗୋଲାପ ଜାମୁନ ପ୍ରସ୍ତୁତ କରିହେବ ତାହା ଆଜି ଜାଣିବା । 

ସାମଗ୍ରୀ:

 ପାଉଁରୁଟି :୧୫ ଖଣ୍ଡ

କ୍ଷୀର: ୫୦୦ମିଲି

ଚିନି :୩୫୦ ଗ୍ରାମ

ବାଦାମ ଓ କାଜୁ: ୮ରୁ ୧୦ଟି

ଗୁଜୁରାତି ଗୁଣ୍ଡ :୨ଚାମଚ

ଘିଅ : ଅବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ: ବ୍ରେଡ଼ ଗୁଲାବ ଜାମୁନ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପାଉଁରୁଟିର ଚାରିପଟ କାଟି ଗ୍ରାଇଣ୍ଡରରେ ପକାଇ ଗୁଣ୍ଡ କରି ଦିଅନ୍ତୁ । କ୍ଷୀରକୁ ଏକ ପାତ୍ରରେ ପକାଇ ସିଝାଇ ଦିଅନ୍ତୁ । ପାଉରୁଟି ଗୁଣ୍ଡରେ କ୍ଷୀର ପକାଇ ଗୋଲାଇ ଦଳି ଦିଅନ୍ତୁ । କାଜୁ ଓ ବାଦାମକୁ ଗ୍ରାଇଣ୍ଡିଂ କରି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ଏକ ପାତ୍ରରେ ରଖି ଘୋଡ଼ାଇ ଦିଅନ୍ତି । ଅନ୍ୟପଟେ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ଚିନି ଓ ପାଣି ସମାନ ମାତ୍ରାରେ ପକାଇ ଫୁଟାଇ ସେଥିରେ ଅଳ୍ପ ଗୁଜୁରାତି ଗୁଣ୍ଡ ପକାଇ ସିରା ପ୍ରସ୍ତୁତ କରନ୍ତୁ ।  ସିରା ପ୍ରସ୍ତୁତ ହୋଇଗଲେ ଗ୍ୟାସ ବନ୍ଦ କରି ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ । କ୍ଷୀର ଗୋଳା ହୋଇ ରଖାଯାଇଥିବା ପାଉଁରୁଟି ଗୁଣ୍ଡରେ ବାଦାମ ଓ କାଜୁ ବଟା ମିଶାଇ ଭଲ ଭାବେ ଦଳନ୍ତୁ । ଏହା ପରେ ତାକୁ ଛୋଟ ଛୋଟ ବଲ ଭଳି ଗୋଳା ବନାନ୍ତୁ । ଗ୍ୟାସରେ କଡେଇ ବସାଇ ସେଥିରେ ଘିଅ ଗରମ କରନ୍ତୁ । ଘିଅ ଗରମ ହୋଇଗଲେ ସେଥିରେ ଗୋଟି ଗୋଟିଏ ପାଉଁରୁଟି ଗୋଳାକୁ ପକାଇ ଗୋଲ୍ଡେନ ବ୍ରାଉନ ହେବା ଯାଏଁ ଭାଜନ୍ତୁ । ଏହା ପରେ ଥଣ୍ଡା ହେବା ପାଇଁ ରଖାଯାଇଥିବା ଚିନି ସିରାରେ ପକାଇ କିଛି ସମୟ ରଖନ୍ତୁ । ପ୍ରସ୍ତୁତ ହୋଇଗଲା ବ୍ରେଡ ଗୋଲାପ ଜାମୁନ । ପାତ୍ରରେ ବାହାର କରି ନିଜେ ଖାଆନ୍ତୁ ଓ ଅନ୍ୟକୁ ଖାଇବାକୁ ଦିଅନ୍ତୁ ।  

  • Tags:

Subscribe

National International State Sports Entertainment