ଶାର୍ଫ ବ୍ରେନ ଓ ସୁନ୍ଦର ତ୍ୱଚା ପାଇଁ ଖାଆନ୍ତୁ ପାଳଙ୍ଗ ଶାଗ
Khabar Odisha:Lifestyle-Odisha-amezing-health-Benefits-of-Eating-palak-daily
ଭୁବନେଶ୍ୱର, ଡିସେମ୍ବର ୨୪(ଖବର ଓଡ଼ିଶା):

ପାଳଙ୍ଗ ଶାଗ ଏହି ସିଜନରେ ଭରପୁର ମିଳିଥାଏ । ପାଳଙ୍ଗ ଶାଗରେ ଅନେକ ଉପକାରୀ ଗୁଣ ରହିଥାଏ ଯାହା ଶୀତ ଦିନରେ ଶରୀର ପାଇଁ ଅତି ଉପକାରୀ ହୋଇଥାଏ । 

ଶୀତଦିନରେ ପାଳଙ୍ଗ ଶାଗ ଖୁବ ସହଜରେ ମିଳିଥାଏ । ପାଳଙ୍ଗ ଶାଗକୁ ଆପଣ ଶାଗ ଭଜା, ପାଳଙ୍ଗ ଶାଗ ପନୀର , ତରକାରୀ, ପକୁଡ଼ି ଭଳି କିଛି ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇପାରିବେ । ପାଳଙ୍ଗ ଶାଗର ଜୁସ ମଧ୍ୟ ଶରୀର ପାଇଁ ଅତି ଉପଯୋଗୀ ହୋଇଥାଏ । ପାଳଙ୍ଗରେ ରହିଥିବା ଆଇରନ ଓ ମ୍ୟାଗ୍ନେସିୟମ ମସ୍ତିଷ୍କକୁ ଅତି ତୀକ୍ଷ୍ନ କରିବାରେ ସାହାଯ୍ୟ କରେ । 

ପାଳଙ୍ଗ ଶାଗ ପିମ୍ପଲ୍ସ ଓ ତ୍ୱଚା ସମ୍ପର୍କିତ ଅନେକ ସମସ୍ୟା ଦୂର କରିଥାଏ । ପାଳଙ୍ଗ ଶାଗରେ ଆଇରନ,ଭିଟାମିନ ଏ , ଫ୍ଲୋଲେଟ, ଭିଟାମିନ ଇ, ମ୍ୟାଗ୍ନେସିୟମ, ଫାଇବର ଓ ପ୍ରୋଟିନ ରହିଥାଏ । ଯାହା ତ୍ୱଚା ପାଇଁ ଖୁବ ଲାଭଦାୟକ । ଏହି ସବୁ ଗୁଣ ତ୍ୱଚାକୁ ହେଲ୍‌ଦି ରଖେ ଓ ହାନିକାରକ ବ୍ୟାକ୍ଟେରିଆ ଠାରୁ ଦୂରେଇ ରଖେ । ପାଳଙ୍ଗ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣର ଫାଇବର ମିଳିଥାଏ । ପାଳଙ୍ଗ ଆଖିର ଜ୍ୟୋତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

  • Tags:

Subscribe

National International State Sports Entertainment