ଡାଇବେଟିସ ପାଇଁ ପ୍ରାକୃତିକ ଔଷଧ କଲରା ଜୁସ
Khabar Odisha:Lifestyle-Odisha-Bittergaurd-Juice-for-diabetes
ଭୁବନେଶ୍ୱର, ସେପ୍ଟେମ୍ବର ୨୭(ଖବର ଓଡ଼ିଶା):

ମନୁଷ୍ୟ ଶରୀରରେ ଇନସୁଲିନ ହରମୋନର ପରିମାଣ କମ ହୋଇଗଲେ ଡାଇବେଟିସ ହୋଇଥାଏ । କଲରାରେ ଏପରି ଇସୁଲିନ ଭଳି କମ୍ପାଉଣ୍ଡ ରହିଥାଏ ଯାହା ଡାଇବେଟିସ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । 

ଡାଇବେଟିସ ରୋଗୀଙ୍କ ପାଇଁ କଲରା ସବୁଠାରୁ ଉପକାରୀ ହୋଇଥାଏ । କଲରାରେ ଥିବା ପଲିପ୍ଟୋଇଟ-ପି ହରମୋନ ବା ପି-ଇନସୁଲିନ ମନୁଷ୍ୟ ଶରୀରରେ ଡାଇବେଟିସକୁ ପ୍ରାକୃତିକ ଉପାୟରେ ସନ୍ତୁଳିତ କରି ରଖିଥାଏ । ଏହା ସହ କଲାର ଜୁସ ଶରୀରରେ ସଂଚାଳିତ ହେଉଥିବା ହରମୋନକୁ ମଧ୍ୟ ଆକ୍ଟିଭ କରି ରଖିଥାଏ । 

କଲରା ଜୁସ: କଲରାକୁ ଭଲ ଭାବେ ଧୋଇ ତାହାର ଧଳା ଭାଗକୁ ବାହାର କରି ଦିଅନ୍ତୁ । ସବୁଜ ଭାଗକୁ ଛୋଟ ଛୋଟ ଖଣ୍ଡ କରି ପିଇବା ପାଣିରେ ବତୁରାଇ ରଖନ୍ତୁ । କଲରାର ପିତା ଦୂର କରିବା ପାଇଁ ସେଥିରେ ଲେମ୍ବୁ ଓ ଲୁଣ ମଧ୍ୟ ପକାଇ ପାରିବେ । ଏହାପରେ ସେହି କଲରାକୁ ଗ୍ରାଇଣ୍ଡିଂ କରି ଜୁସ କରି ସେବନ କରିବେ । କେତେ ପରିମାଣରେ ଆପଣ କଲରା ଜୁସ ସେବନ କରିବେ ତାହା ଡାକ୍ତରଙ୍କ ଠାରୁ ପରାମର୍ଶ ନେଇପାରିବେ ।

  • Tags:

Subscribe

National International State Sports Entertainment