ଭୁବନେଶ୍ୱର, ଡିସେମ୍ବର ୧୭ ( ଖବର ଓଡ଼ିଶା):
ପିସ୍ତା ବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ପିସ୍ତା ବାଦାମକୁ ସୁପରଫୁଡ୍ ମଧ୍ୟ କୁହାଯାଏ । ବାଦାମରେ ଭିଟାମିନ୍ ଏବଂ ପୋଷକ ତତ୍ତ୍ୱ ଭରପୂର ରହିଛି । ପ୍ରତିଦିନ ପିସ୍ତା ବାଦାମ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ରୋଗରୁ ରକ୍ଷା ମିଳିବ ।
ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଖାଦ୍ୟରେ ପିସ୍ତା ବାଦାମ ଅନ୍ତର୍ଭୂକ୍ତ କରନ୍ତୁ । ନିୟମିତ ଭାବେ ପିସ୍ତା ବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରତିଦିନ ବାଦାମ ଖାଇବା ଉଚିତ୍ । କରୋନାରୁ ସୁରକ୍ଷିତ ରହିବାକୁ, ରୋଗ ପ୍ରତିରୋଧକ ଶକ୍ତି ଅଧିକ ରଖିବା ଅତ୍ୟନ୍ତ ଜରୁରୀ ଅଟେ । ପିସ୍ତା ବାଦାମ ଖାଇବା ମଧ୍ୟ ସ୍ନାୟୁ ଶକ୍ତି ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ସ୍ନାୟୁ ପ୍ରଣାଳୀକୁ ଶକ୍ତିଶାଳୀ ରଖିବା ପାଇଁ ପ୍ରତିଦିନ ପିସ୍ତା ବାଦାମ ଖାଆନ୍ତୁ ।