ନୂଆଦିଲ୍ଲୀ: ମହାରାଷ୍ଟ୍ର ନିର୍ବାଚନର ପ୍ରଭାବ ସୋମବାର ଷ୍ଟକ ବଜାରରେ ଦେଖିବାକୁ ମିଳିଛି। ସକାଳୁ ଖୋଲିବା ମାତ୍ରେ ବଜାରରେ ଲମ୍ବା ବୃଦ୍ଧି ଘଟିଛି। ସେନ୍ସେକ୍ସ ୧୨୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିବା ବେଳେ ନିଫ୍ଟି ମଧ୍ୟ ୩୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଛି। ବଜାର ଖୋଲିବାର ଅଧ ଘଣ୍ଟା ମଧ୍ୟରେ ସେନ୍ସେକ୍ସ ୧୧୪୫.୯୨ ବୃଦ୍ଧି ପାଇ ୮୦,୨୬୩ରେ ପହଞ୍ଚିଛି। ସେହିପରି ନିଫ୍ଟି ୩୫୩.୨୫ ପଏଣ୍ଟ ବୃଦ୍ଧି ପାଇଛି। ଏହି ବୃଦ୍ଧି ସହିତ ନିଫ୍ଟି ୨୪,୨୬୦.୫୦ରେ ପହଞ୍ଚିଛି।
ବିଶେଷଜ୍ଞଙ୍କ ମତରେ ଶନିବାର ମହାରାଷ୍ଟ୍ର ନିର୍ବାଚନ ଯୋଗୁଁ ଷ୍ଟକ ବଜାରରେ ଏହି ବୃଦ୍ଧି ଘଟିଛି। ଚଳିତ ନିର୍ବାଚନରେ ବିଜେପି ମେଣ୍ଟ ରେ ବିଜୟୀ ହୋଇଛି। ଏବେ ବି ବଜାର ରେ ଉନ୍ନତି ଦେଖିବାକୁ ମିଳୁଛି । ସେନ୍ସେକ୍ସ ଓ ନିଫ୍ଟି ବୃଦ୍ଧି ପାଉଛି। ବିଶେଷଜ୍ଞଙ୍କ ମତରେ ସନ୍ଧ୍ୟା ବେଳକୁ ବଜାର ଆହୁରି ବଢ଼ିପାରେ।
ଶୁକ୍ରବାର ଦିନ ବାୟୁ ବଜାରରେ ମଧ୍ୟ ଉନ୍ନତି ଦେଖିବାକୁ ମିଳିଥିଲା। ସେନ୍ସେକ୍ସ ୧୯୬୧.୩୨ ପଏଣ୍ଟ ବା ୨.୫୪% ବୃଦ୍ଧି ପାଇ ୭୯,୧୧୭.୧୧ରେ ବନ୍ଦ ହୋଇଥିଲା। ଦିନରେ ଏହା ୭୯,୨୧୮.୧୯ ପଏଣ୍ଟକୁ ବୃଦ୍ଧି ପାଇଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ନିଫ୍ଟି ମଧ୍ୟ ୫୫୭.୩୫ ବା ୨.୩୯ ପ୍ରତିଶତ ବୃଦ୍ଧି ପାଇ ୨୩,୯୦୭.୨୫ ପଏଣ୍ଟରେ ବନ୍ଦ ହୋଇଛି।
ଅଧିକ ପଢ଼ନ୍ତୁ: ୩୫ ଜଣଙ୍କ ବିରୋଧରେ ମାମଲା ରୁଜୁ