ହାଇଦ୍ରାବାଦ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ ଦେଶର ଭୁଲି ଯାଇଥିବା ଗୌରବକୁ ଫେରାଇ ଆଣିବାର ଆବଶ୍ୟକତା ରହିଛି। ସେ ଭାରତୀୟ ସଂସ୍କୃତିର ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ। ଜାତୀୟତାବାଦୀ ଚିନ୍ତକମାନଙ୍କ ଦ୍ୱାରା ଆୟୋଜିତ ଲୋକମନ୍ତନ-୨୦୨୪ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏହା କହିଛନ୍ତି।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାରରେ ବୈଜ୍ଞାନିକମାନେ ନୈତିକତା ଉପରେ ଗୁରୁତ୍ୱ ଦେଉଥିବାର ଉଦାହରଣ ଦେଇଛନ୍ତି ଭାଗବତ। ସେ କହିଛନ୍ତି ଯେ ଭାରତର ମୂଲ୍ୟବୋଧ ବ୍ୟବସ୍ଥା ଜଣେ ବ୍ୟକ୍ତିର ଜ୍ଞାନ ଉପରେ ଗୁରୁତ୍ୱ ଦେଇଥାଏ। ସମସ୍ୟା ପ୍ରତି ଭାରତର ଆଭିମୁଖ୍ୟରେ ଯୁକ୍ତି ଓ ଜ୍ଞାନ ରହିଛି ଏବଂ ସମସ୍ୟାର ସମାଧାନ ପାଇଁ ଦେଶକୁ ଅନ୍ୟ ପଦ୍ଧତି ଅନୁସରଣ କରିବାର ଆବଶ୍ୟକତା ନାହିଁ।
ସେ କହିଥିଲେ ଯେ ଭାରତ ବିଦେଶରୁ ଭଲ ଜିନିଷ ନେଇପାରେ କିନ୍ତୁ ଏହାର ନିଜର ସ୍ୱଭାବ ରହିବା ଉଚିତ୍। ଆମ ସନାତନ ଧର୍ମ ଓ ସଂସ୍କୃତିକୁ ସମସାମୟିକ ରୂପ ଦେବା ପାଇଁ ଆମକୁ ଚିନ୍ତା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଭାରତ ବାହ୍ୟ ସମାଲୋଚନାର ଜବାବ ଦେବା ର ଆବଶ୍ୟକତା ନାହିଁ, କାରଣ ଏହା ଉଭୟ ବ୍ୟବହାରିକ ଏବଂ ଦାର୍ଶନିକ କ୍ଷେତ୍ରରେ ସଫଳ ହୋଇସାରିଛି। ଯାହାକୁ ସାରା ବିଶ୍ୱ ଦେଖିସାରିଛି।
ଭାଗବତ ଆହୁରି କହିଛନ୍ତି ଯେ ବିଭିନ୍ନ ବୈଶ୍ୱିକ ବିଚାରଧାରା ଭୁଶୁଡ଼ି ପଡ଼ିଛି ଏବଂ ମାର୍ଗଦର୍ଶନ ପାଇଁ ଏବେ ଭାରତ ଆଡ଼କୁ ଚାହିଁ ରହିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶାସ୍ତ୍ରର ଉଦାହରଣ ଦେଇ କହିଛନ୍ତି ଯେ ଜଙ୍ଗଲବାସିନ୍ଦାଙ୍କ ପ୍ରତି କୌଣସି ଭେଦଭାବ ନାହିଁ। ଏହି ଅବସରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ମଧ୍ୟ ବକ୍ତବ୍ୟ ରଖିଥିଲେ।
ଅଧିକ ପଢ଼ନ୍ତୁ: ଡିସେମ୍ବର ୧ ପର୍ଯ୍ୟନ୍ତ ବାହାର ଲୋକଙ୍କ ପ୍ରବେଶ ବନ୍ଦ