ରାୟପୁର: ୧୯୭୧ ଯୁଦ୍ଧର ଜଣେ ସାହସୀ ଯୋଦ୍ଧା ତଥା ଅବସରପ୍ରାପ୍ତ ୱିଙ୍ଗକମାଣ୍ଡର ଏମବି ଓଝାଙ୍କର ରବିବାର ରାତିରେ ରାୟପୁରରେ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ମହାଦେବ ଶ୍ମଶାନରେ ତାଙ୍କ ମରଶରୀରକୁ ବିଦାୟ ଦିଆଯିବ।
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଗଭୀର ଶୋକ ପ୍ରକାଶ କରିଛନ୍ତି। ୱିଙ୍ଗକମାଣ୍ଡର ଏମବି ଓଝା (ଅବସରପ୍ରାପ୍ତ) ୧୯୬୨, ୧୯୬୫, ୧୯୭୧ ଯୁଦ୍ଧରେ ସାମିଲ ଥିଲେ ଏବଂ ଭାରତୀୟ ଶାନ୍ତି ରକ୍ଷା ସେବାର ମିଶନରେ ମଧ୍ୟ ସାମିଲ ଥିଲେ। ୧୯୫୬ମସିହାରେ ସେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ।
ଏହି ଅବସରରେ ଜେନେରାଲ ଜଗଜିତ୍ ସିଂହ ଅରୋରା, ୱିଙ୍ଗକମାଣ୍ଡର ଏମବି ଓଝା ଉପସ୍ଥିତ ଥିଲେ ଏବଂ ସେ ସେହି ଆତ୍ମସମର୍ପଣର ସାକ୍ଷୀ ଥିଲେ, ତାଙ୍କ ଆଗରେ ପାକ୍ ସେନାର ୯୦,୦୦୦ ସୈନିକ ଅସ୍ତ୍ରଶସ୍ତ୍ର ରଖିଥିଲେ।