ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ବାୟୁର ଗୁଣବତ୍ତା ପୁଣି ଥରେ ଅତ୍ୟନ୍ତ ଖରାପ ଶ୍ରେଣୀରେ ପହଞ୍ଚିଛି। ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍)ର ଏକ ସବ୍ କମିଟି ସିପିସିବି ଦିନରେ ଜିଆରଏପି-୩ ଲାଗୁ କରି ୯ ଦଫା ନିଷେଧାଦେଶ ଜାରି କରିଥିଲେ ମଧ୍ୟ ରାତି ୧୦ଟାରେ ବାୟୁ ସୂଚକାଙ୍କ ୪୦୧ରେ ପହଞ୍ଚିବା ପରେ ଜିଆରଏପି-୪ର ସାତ ସୂତ୍ରୀ ନିଷେଧାଦେଶ ଲାଗୁ କରିବାକୁ ପଡ଼ିଥିଲା।
ନଭେମ୍ବର ୧୪ରେ ଏହି କଟକଣା ଲାଗୁ କରାଯାଇଥିଲା। କିନ୍ତୁ ପ୍ରଦୂଷଣ ସ୍ତର ହ୍ରାସ ପାଇବା ପରେ ଡିସେମ୍ବର ୫ରେ ଏହାକୁ ହଟାଇ ଦିଆଯାଇଥିଲା। କିନ୍ତୁ ସୋମବାର ଏନସିଆରର ୬ଟି ସହର ସମେତ ଦେଶର ୮ଟି ସହରର ବାୟୁଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଥିଲା। ଦିଲ୍ଲୀ ଦେଶର ସବୁଠାରୁ ପ୍ରଦୂଷିତ ଦେଶ ଥିଲା। ରାତି ୧୦ଟା ବେଳକୁ ସୂଚକାଙ୍କ ୪୦୧ରେ ଗୁରୁତର ବର୍ଗରେ ରହିଥିଲା।
ବର୍ତ୍ତମାନ ଏନସିଆରରେ ଉଚ୍ଛେଦ ଏବଂ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି, ଯେଉଁକାରଣରୁ ଧୂଳି ଉଡିବା କାରଣରୁ ପ୍ରଦୂଷଣ ଅଧିକ ହେଉଛି। କେବଳ ହସ୍ପିଟାଲ, ରେଳ, ମେଟ୍ରୋ, ବିମାନବନ୍ଦର, ଜାତୀୟ ନିରାପତ୍ତା ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଛାଡ଼ କରାଯାଇଛି। ଫ୍ଲାଏ ଓଭର, ରାସ୍ତା, ଜାତୀୟ ରାଜପଥ, ଓଭରବ୍ରିଜ୍ ଆଦି ପ୍ରକଳ୍ପର କାମ ମଧ୍ୟ ବନ୍ଦ ରହିଛି। ନିର୍ମାଣ ସାମଗ୍ରୀ ପରିବହନ କରୁଥିବା ଗାଡ଼ି, ସମସ୍ତ ଷ୍ଟୋନ୍ କ୍ରସର ମେସିନ୍ ଚଳାଇବା, ଖଣି ଖନନ ଓ ଆନୁଷଙ୍ଗିକ କାର୍ଯ୍ୟକଳାପ ଉପରେ ମଧ୍ୟ କଟକଣା ରହିବ।
ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଏବଂ ଗୌତମ ବୁଦ୍ଧ ନଗର ଜିଲ୍ଲାରେ ବିଏସ-୩ ପେଟ୍ରୋଲ ଏବଂ ବିଏସ ୪ ଇଞ୍ଜିନ ବିଶିଷ୍ଟ ଚାରି ଚକିଆ ଯାନ (କାର୍) ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଭିନ୍ନକ୍ଷମ ଙ୍କୁ ଏହି କଟକଣାରୁ ମୁକ୍ତ କରାଯାଇଛି। ତେଣୁ ଭିନ୍ନକ୍ଷମ ମାନେ ନିଜର ବ୍ୟକ୍ତିଗତ ଆବଶ୍ୟକତା ପାଇଁ ବିଏସ-୩ ପେଟ୍ରୋଲ ଓ ବିଏସ ୪ ଇଞ୍ଜିନ କାର ବ୍ୟବହାର କରିପାରିବେ।
ସୋମବାର ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ ୪.୧ ଡିଗ୍ରୀ କମ୍। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଡିସେମ୍ବରରେ ଚତୁର୍ଥ ଥର ପାଇଁ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତଳକୁ ଖସିଆସିଛି। ସର୍ବୋଚ୍ଚ ତାପମାତ୍ରା ୨୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା କି ଋତୁର ହାରାହାରି ତାପମାତ୍ରାଠାରୁ ଏକ ଡିଗ୍ରି ଅଧିକ। ସୋମବାର ଦିନରେ ଆର୍ଦ୍ରତାର ମାତ୍ରା ୧୦୦ରୁ ୬୬ ପ୍ରତିଶତ ମଧ୍ୟରେ ରହିଥିଲା।
ଆଗକୁ ଶୀତ ଲହରୀ ଆହୁରି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାରି ମଧ୍ୟରେ ପୁସା ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ମଙ୍ଗଳବାର ରାଜ୍ୟର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୨୪ ଡିଗ୍ରି ଓ ୫ ଡିଗ୍ରି ସେଲସିୟସ୍ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରବଳ ଶୀତ ଓ ପ୍ରଦୂଷଣ ନେଇ ଦିଲ୍ଲୀବାସୀ ଚିନ୍ତିତ ଅଛନ୍ତି।
ଅଧିକ ପଢ଼ନ୍ତୁ: କ୍ରିକେଟ୍ପ୍ରେମୀଙ୍କୁ ନିରାଶ କଲେ ରୋହିତ ଶର୍ମା