ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲ୍ଲାର ମେଢ଼ର ସେକ୍ଟରରେ ବୁଧବାର ସନ୍ଧ୍ୟାରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭାରତୀୟ ସେନାର ଯବାନମାନେ ଏହାର କଡ଼ା ଜବାବ ଦେଇଛନ୍ତି। ବିନା ଉତ୍ତେଜନାରେ ଗୁଳିଚାଳନା କରିବାରୁ ପାକ୍ ସେନାର 'ବ୍ୟାପକ କ୍ଷୟକ୍ଷତି' ହୋଇଛି। ପାକିସ୍ତାନୀ ସେନା ୧୦ରୁ ୧୫ ରାଉଣ୍ଡ ଗୁଳି ଚଳାଇବା ପରେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିଲା।
ପାକିସ୍ତାନ ପଟୁ କେତେ କ୍ଷୟକ୍ଷତି ହୋଇଛି ତାହା ତୁରନ୍ତ ଜଣାପଡ଼ିନଥିଲେ ମଧ୍ୟ ଅଧିକାରୀମାନେ କହିଛନ୍ତି ଯେ ଶତ୍ରୁ ସେନାର ବ୍ୟାପକ କ୍ଷୟକ୍ଷତି ହୋଇଛି।
ଜମ୍ମୁ ଜିଲ୍ଲାର ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଆଇଇଡି ବିସ୍ଫୋରଣରେ ଜଣେ କ୍ୟାପଟେନଙ୍କ ସମେତ ଭାରତୀୟ ସେନାର ଦୁଇ ଜଣ ଯବାନ ସହିଦ ହେବାର ଗୋଟିଏ ଦିନ ପରେ କ୍ରିଷ୍ଣା ଘାଟି ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି।
ସୂଚନାଯୋଗ୍ୟ, ୨୦୨୧ ଫେବ୍ରୁଆରି ୨୫ରେ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ଚୁକ୍ତି ନବୀକରଣ କରିବା ପରଠାରୁ ନିୟନ୍ତ୍ରଣ ରେଖାନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ ଅତ୍ୟନ୍ତ ବିରଳ। ଜମ୍ମୁର ଅଖନୁର ସେକ୍ଟରରେ ଆଇଇଡି ବିସ୍ଫୋରଣରେ ଦୁଇ ଯବାନ ସହିଦ ହୋଇଥିଲେ। ଲାଲେଲିର ବାଡ଼ ନିକଟରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଅଧିକାରୀମାନେ କହିଛନ୍ତି ଯେ ଯବାନମାନେ ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟଭଟାଲ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ବିସ୍ଫୋରଣ ଘଟିଥିଲା।
ଅଧିକ ପଢ଼ନ୍ତୁ: ପୁଅର ମୃତ୍ୟୁ ଖବର ଶୁଣି ସ୍ତବ୍ଧ ପାଲଟିଗଲା ମା’, ବୁଜିଲେ ଆଖି