ଶିବପୁରୀ: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଏକ ଅଭବାନୀୟ ଘଟଣା ଘଟିଛି। ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ ହେବାରୁ ପୋହରୀ ଥାନା ଭଗବତୀ କଲୋନୀରେ ରହୁଥିବା ଜଣେ ଯୁବକ ଛୁରୀରେ ଦୁଇ ଆଖି ତାଡ଼ି ଦେଇଛି। ଏହାବ୍ୟତୀତ ସେ ତାଙ୍କୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯୌନାଙ୍ଗରେ ମଧ୍ୟ ଆକ୍ରମଣ କରିଛି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
କାକ୍ରାଉଆ ଗ୍ରାମର ହମିଦ ଖାଁଙ୍କ ଝିଅ ଶାହନାଜ (୨୪)ଙ୍କ ବିବାହ ୩ ବର୍ଷ ତଳେ ଚକ୍ରନା ଗ୍ରାମର ଛୋଟୁ ଖାଁଙ୍କ ସହ ହୋଇଥିଲା। ବିବାହ ପରେ ଉଭୟ ସ୍ୱାମୀ-ସ୍ତ୍ରୀ ପୋହରୀରେ ଏକାକୀ ରହୁଥିଲେ। ପତ୍ନୀଙ୍କ ଚରିତ୍ରକୁ ନେଇ ଛେୁଟୁ ସନ୍ଦେହ କରୁଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ସେହି କ୍ରମରେ ବୁଧବାର ଅପରାହ୍ନରେ ଛୋଟୁ ତାଙ୍କ ପତ୍ନୀଙ୍କୁ ମୋବାଇଲ୍ ଦେବାକୁ କହିଥିଲା, ଯାହାର ଉତ୍ତରରେ ଶାହନାଜ କହିଥିଲେ ଯେ ତାଙ୍କ ପାଖରେ କୌଣସି ମୋବାଇଲ୍ ନାହିଁ। ଏଠାରୁ ବିବାଦ ଏତେ ବଢିଯାଇଥିଲା ଯେ ଛୋଟୁ ତାଙ୍କ ପତ୍ନୀଙ୍କୁ ହାତରେ କଣ୍ଟା ଓ ଛୁରୀରେ ଆକ୍ରମଣ କରିବା ଆରମ୍ଭ କରିଥିଲା।
ଛୋଟୁ ଛୁରୀରେ ପତ୍ନୀଙ୍କ ଉଭୟ ଆଖି ତାଡ଼ି ଦେଇଥିଲେ। ଏହାବ୍ୟତୀତ ସେ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରି ଆହତ କରିଥିଲା। ଏହା ବ୍ୟତୀତ ଶାହନାଜଙ୍କ ପ୍ରାଇଭେଟ ପାର୍ଟ ଉପରେ ମଧ୍ୟ ଆକ୍ରମଣ ଓ ଆହତ କରାଯାଇଛି। ଆହତଙ୍କୁ ସିଧାସଳଖ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁଲିସ କହିଛି ମହିଳାଙ୍କ ଅଭିଯୋଗ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଧିକ ପଢ଼ନ୍ତୁ: ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ