ଆସୁଛି ବଡ଼ ବର୍ଷା, ୨୦ ଟି ଦୁର୍ବଳ ନଦୀବନ୍ଧ ପାଇଁ ଆଲର୍ଟ
Khabar Odisha:Monsoon-2021--Flood-Alert-In-Odisha

ଭୁବନେଶ୍ୱର, ଜୁନ୍ ୧୦ (ଖବର ଓଡ଼ିଶା): ରାଜ୍ୟକୁ ଛୁଇଁ ସାରିଛି ମୌସୁମୀ ବର୍ଷା । ଏହାକୁ ନେଇ ରାଜ୍ୟରେ ଆଗାମୀ ୭୨ ଘଣ୍ଟା ପର୍ଯ୍ୟନ୍ତ ଆଲର୍ଟ ମଧ୍ୟ ଜାରି କରାଯାଇଛି । ରାଜ୍ୟର ପ୍ରାୟ ସବୁ ସ୍ଥାନରେ ପ୍ରବଳ ବର୍ଷା କୁ ଦୃଷ୍ଟିରେ ରଖି ରାଜ୍ୟ ବନ୍ୟା ଆଶଙ୍କା ମଧ୍ୟ ରହିଛି ଏଭଳି ସ୍ଥିତିରେ ଏବେ ବି ରାଜ୍ୟରେ ଅନେକ ଦୁର୍ବଳ ନଦୀବନ୍ଧ ରହିଛି ଯାହା ଏବେ ଉପକୂଳ ବାସୀଙ୍କ ନଦୀ ହଜାଇଛି ।

ବଡ ବର୍ଷାକୁ ନେଇ ସବୁ ଜିଲ୍ଲା ଓ ମହାନଗର କମିଶନର ମାନଙ୍କୁ ଏସଆରସି ଚିଠି ମଧ୍ୟ ଲେଖି ସାରିଛନ୍ତି ଅନ୍ୟପଟେ ରାଜ୍ୟରେ ବର୍ତମାନ ୨୦ ଟି ଦୁର୍ବଳ ନଦୀବନ୍ଧ କୁ ଚିହ୍ନଟ କରାଯାଇଛି । ଏବଂ ଏହା ପାଇଁ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ଏହି ନଦୀ ବନ୍ଧ ଗୁଡିକ ଭାଙ୍ଗିବାର ସମ୍ଭାବନା ରହିଥିବା ବେଳେ ଘାଇ ସୃଷ୍ଟି ହୋଇ ଗାଁ ଭିତରକୁ ପାଣି ପଶିବାର ଭୟ ମଧ୍ୟ ରହିଛି ଯାହାକୁ ନେଇ ସଜାଗ ହୋଇଛି ଜଳ ସମ୍ପଦ ବିଭାଗ ।

ବିଶେଷ କରି କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଅନୁଗୁଳ, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଭଳି ଜିଲ୍ଲାକୁ ଅଧିକ ଫୋକସରେ ରଖାଯାଇଛି । ସବୁ ଜଳ ଭଣ୍ଡାରରେ ଜଳ ସସ୍ତର କମ ଥିବାରୁ ବଡ଼ ଧରଣର ବନ୍ୟା ଆଶଙ୍କା ବର୍ତମାନ ସୁଦ୍ଧା ନାହିଁ ମାତ୍ର ଫ୍ଲାସ୍ ଫ୍ଲଡ଼ ଆଶଙ୍କା ରହିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟର ଦୁର୍ବଳ ଥିବା ୨୦ ନଦୀ ବନ୍ଧ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ରାଜ୍ୟ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

ପରିସ୍ଥିତିକୁ ଦୃଷ୍ଟିରେ ରଖି କୌଣସି ଅଫିସର ହେଡ଼ କ୍ୱାଟର ଛାଡି ଯାଇ ପାରିବେନି ବୋଲି ନିର୍ଦେଶ ଦିଆଯାଇଛି । କିଛି ସ୍ଥାନରେ ନୂଆ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । କଣ୍ଟ୍ରୋଲ ରୁମ ଖୋଲାଯାଇଛି । ସମସ୍ତ ଅଧିକାରୀଙ୍କୁ କୁହାଯାଇଛି ସେମାନେ ନଦୀ ବନ୍ଧଗୁଡ଼ିକରେ ପେଟ୍ରୋଲିଂ କରିବା ସହ ଯାଞ୍ଚ କରିବେ ।

  • Tags:

Subscribe

National International State Sports Entertainment