ନୂଆଦିଲ୍ଲୀ: ଇରାନ ସହିତ ଇସ୍ରାଏଲର ବଢ଼ୁଥିବା ଉତ୍ତେଜନା ଏବଂ ଏହି ଅଞ୍ଚଳରେ ଅସ୍ଥିରତାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାର ନାଗରିକଙ୍କ ସୁରକ୍ଷା ଏବଂ ସହାୟତା ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେଇଛନ୍ତି। ଇରାନରେ ଉପସ୍ଥିତ ଭାରତୀୟ ନାଗରିକଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ନୂଆଦିଲ୍ଲୀରେ ଏକ ୨୪ ଘଣ୍ଟା ସକ୍ରିୟ ନିୟନ୍ତ୍ରଣ କକ୍ଷସ୍ଥାପନ କରିଛି। ଇରାନ ଏବଂ ଇସ୍ରାଏଲର ସଦ୍ୟତମ ଘଟଣାକ୍ରମ ଉପରେ ନଜର ରଖିବା ଏବଂ ପ୍ରଭାବିତ ଭାରତୀୟ ନାଗରିକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ଏହି ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି।
ନିୟନ୍ତ୍ରଣ କକ୍ଷ ନମ୍ବର
- 1800118797 (ଟୋଲ୍ ଫ୍ରି)
- +୯୧-୧୧-୨୩୦୧୨୧୧୩
- +୯୧-୧୧-୨୩୦୧୪୧୦୪
- +୯୧-୧୧-୨୩୦୧୭୯୦୫
- +୯୧-୯୯୬୮୨୯୧୯୮୮ (ହ୍ବାଟ୍ସଆପ୍)
- ଇମେଲ୍: situationroom@mea.gov.in
ଏହା ବ୍ୟତୀତ, ଇରାନର ରାଜଧାନୀ ତେହେରାନରେ ଥିବା ଭାରତୀୟ ଦୂତାବାସ ମଧ୍ୟ ଏକ ୨୪x୭ ଜରୁରୀକାଳୀନ ହେଲ୍ପଲାଇନ୍ ଆରମ୍ଭ କରିଛି। ଏହି ହେଲ୍ପଲାଇନ୍ ଗୁଡିକ କେବଳ ସେହି ଭାରତୀୟ ନାଗରିକଙ୍କ ପାଇଁ ଯେଉଁମାନେ ବର୍ତ୍ତମାନ ଇରାନରେ ଅଛନ୍ତି ଏବଂ ଯେକୌଣସି ପ୍ରକାରର ସହାୟତା ଆବଶ୍ୟକ କରନ୍ତି। ଦୂତାବାସ କଲ୍ ଏବଂ ହ୍ୱାଟ୍ସଆପ୍ ପାଇଁ ପୃଥକ ନମ୍ବର ଜାରି କରିଛି।
କେବଳ କଲ୍ ପାଇଁ: +୯୮ ୯୧୨୮୧୦୯୧୧୫, +୯୮ ୯୧୨୮୧୦୯୧୦୯
ହ୍ୱାଟ୍ସଆପ୍ ପାଇଁ: +୯୮ ୯୦୧୦୪୪୫୫୭, +୯୮ ୯୦୧୫୯୯୩୩୨୦, +୯୧ ୮୦୮୬୮୭୧୭୦୯
- ବନ୍ଦର ଆବାସ: +୯୮ ୯୧୭୭୬୯୯୦୩୬
- ୪. ଜାହେଦାନ: +୯୮ ୯୩୯୬୩୫୬୬୪୯
- ଇମେଲ୍: cons.tehran@mea.gov.in
ଭାରତ ସରକାର ଇରାନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା କାମ ଆରମ୍ଭ କରିଛନ୍ତି। ସରକାରୀ ସୂତ୍ର ଅନୁଯାୟୀ, କିଛି ଭାରତୀୟଙ୍କ ପ୍ରଥମ ଦଳ ଆଜି ରାତିରେ ଆର୍ମେନିଆରେ ପହଞ୍ଚିବ। ଯେଉଁଠାରୁ ସମସ୍ତଙ୍କୁ ଭାରତ ଫେରାଇ ଅଣାଯିବ। ପ୍ରଥମ ଦଳରେ ପ୍ରାୟ ୧୦୦ ଜଣ ଭାରତୀୟ ସାମିଲ ଥିବା ସୂତ୍ରରୁ ଜଣାପଡିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ଇସ୍ରାଏଲ-ଇରାନ ବିବାଦ ପଞ୍ଚମ ଦିନରେ ପହଞ୍ଚିଛି। ସୋମବାର ଉଭୟ ଦେଶ ଦ୍ୱାରା କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ତେଲ ଅଭିଭ, ହାଇଫା ଏବଂ ପେଟାହ ଟିକଭାରେ ଇରାନ ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଥିଲେ ଏବଂ ଡଜନ ଡଜନ ଆହତ ହୋଇଥିଲେ। ଏହି ସମୟରେ ଏକ ପାୱାର ପ୍ଲାଣ୍ଟ ସମେତ ପ୍ରମୁଖ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିଲା। ମୋଟାମୋଟି ଭାବରେ, ଇସ୍ରାଏଲୀଙ୍କ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଛି। ଇରାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲୀ ଆକ୍ରମଣରେ ମୋଟ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୨୨୪ରେ ପହଞ୍ଚିଛି। ଏହି ସମୟରେ, ଏସବୁ ମଧ୍ୟରେ, ଯୁଦ୍ଧ ଯୋଗୁଁ କିଛି ଭାରତୀୟ ଛାତ୍ର ବିଦେଶରେ ଫସି ରହିଛନ୍ତି, ଯେଉଁମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି।
ଅଧିକ ପଢ଼ନ୍ତୁ: କେବଳ ଗୋଟିଏ ଫୋନ୍ କଲ୍ କରି ଯୁଦ୍ଧ ବନ୍ଦ କରିପାରିବେ ଟ୍ରମ୍ପ