ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି (ନଭେମ୍ବର ୨୨)ରୁ ପର୍ଥରେ ଜାରି ରହିଛି। ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ଯଶପ୍ରୀତ ବୁମରା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସ୍ଥାନୀୟ ଅପଟସ୍ ଷ୍ଟାଡିୟମ୍ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ୪ଟି ଗୁରୁତ୍ବପୂର୍ଣ୍ଣ ୱିକେଟ୍ ହରାଇ ଭାରତ ୫୧ ରନ୍ କରିଛି।
ଏହି ମ୍ୟାଚରେ ଭାରତୀୟ ଦଳ ପକ୍ଷରୁ ନୀତୀଶ କୁମାର ରେଡ୍ଡୀ, ହର୍ଷତି ରାଣା ଟେଷ୍ଟ ପଦାର୍ପଣ କରିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ମ୍ୟାକସ୍ୱିନି ପଦାର୍ପଣ କରିଛନ୍ତି।
ପର୍ଥ ଟେଷ୍ଟରେ ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତୀୟ ଦଳର ସ୍କୋର ୫୧/୪ ରହିଛି। ଋଷଭ ପନ୍ତ (୧୦) ଓ ଧ୍ରୁବ ଜୁରେଲ (୪) ରନ୍ କରି ଖେଳୁଛନ୍ତି। କେଏଲ୍ ରାହୁଲ ବ୍ୟକ୍ତିଗତ ଭାବେ ୨୬ ରନ୍ ସଂଗ୍ରହ କରିଥିଲେ। ସେ ୭୪ଟି ବଲ୍ ଖେଳି ୩ଟି ଚୌକା ମାରିଥିଲେ। ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଓ ଦେବଦତ୍ତ ପଡ଼ିକଲ ଶୂନ୍ୟ ରନ୍ରେ ଆଉଟ୍ ହୋଇଥିଲେ। ବିରାଟ କୋହଲିଙ୍କ ବ୍ୟାଟ୍ରୁ ମାତ୍ର ୫ ରନ୍ ଅମଳ ହୋଇଥିଲା।
ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଓ ଜୋଶ ହେଜଲଉଡ୍ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତୀୟ ଦଳରୁ କେଏଲ୍ ରାହୁଲ, ଯଶସ୍ୱୀ ଜୟସ୍ୱାଲ, ଦେବଦତ୍ତ ପାଡିକଲ, ବିରାଟ କୋହଲି ଆଉଟ୍ ହୋଇଛନ୍ତି।
ଭାରତୀୟ ଦଳ: ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, ଦେବଦତ୍ତ ପଡ଼ିକଲ, ବିରାଟ କୋହଲି, ଋଷଭ ପନ୍ତ, ଧ୍ରୁବ ଜୁରେଲ, ୱାଶିଂଟନ୍ ସୁନ୍ଦର, ନୀତୀଶ କୁମାର ରେଡ୍ଡୀ, ଯଶ୍ପ୍ରୀତ୍ ବୁମ୍ରା (ଅଧିନାୟକ), ମହମ୍ମଦ ସିରାଜ, ହର୍ଷିତ ରାଣା
ଅଷ୍ଟ୍ରେଲିଆ ଦଳ: ନାଥନ ମ୍ୟାକ୍ସ୍ବିନୀ, ଉସମାନ ଖୱାଜା, ମାର୍ନସ ଲବୁସେନ, ଷ୍ଟିଭେନ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, ମିଚେଲ ମାର୍ସ, ଆଲେକ୍ସ କେରି, ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲାୟନ, ଜୋସ୍ ହାଜଲେଉଡ୍।
ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲିଆ ବିପକ୍ଷରେ ଟସ୍ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ