ୟିକ୍ସିଙ୍ଗ: ପୂର୍ବ ଚୀନର ଏକ ବିଜନେସ୍ ସ୍କୁଲରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଏହି ବ୍ୟବସାୟିକ ବିଦ୍ୟାଳୟରେ ଛୁରି ମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ପୁଲିସ ସୂଚନା ଅନୁଯାୟୀ, ଆକ୍ରମଣକାରୀ ଜଣକ ଜଣେ ପୂର୍ବତନ ଛାତ୍ର। ତାଙ୍କୁ ଗିରଫ କରାଯାଇଛି।
ଜିଆଙ୍ଗସୁ ପ୍ରଦେଶର ୟିକ୍ସିଙ୍ଗ ସହରରେ ଥିବା ଉକ୍ସି ଭୋକେଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ଟସ ଆଣ୍ଡ ଟେକ୍ନୋଲୋଜିରେ ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଏହି ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଦେଇ ୟିକ୍ସିଂର ପୋଲିସ ଏକ ବିବୃତି ଜାରି କରିଛି।
ପୁଲିସ ଗଣମାଧ୍ୟମକୁ କହିଛି ଯେ ଛୁରିମାଡ଼ କରିଥିବା ଛାତ୍ରଙ୍କ ବୟସ ୨୧ ବର୍ଷ ଏବଂ ସେ ଅନୁଷ୍ଠାନର ପୂର୍ବତନ ଛାତ୍ର। ଚଳିତ ବର୍ଷ ସେ ସ୍ନାତକ ହେବାର ଥିଲା, କିନ୍ତୁ ସେ ପରୀକ୍ଷାରେ ଫେଲ୍ ହୋଇଥିଲେ। ସେ ବିଫଳ ହେବା ପରେ ସେ ଅସନ୍ତୁଷ୍ଟ ଥିବା ପୁଲିସ କହିଛି। ଶନିବାର ସେ ଏଠାକୁ ଆସି ନିଜର କ୍ରୋଧ ପ୍ରକାଶ କରିବା ସହ ଗୋଟିଏ ପରେ ଗୋଟିଏ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଅଭିଯୁକ୍ତ ଅପରାଧ ସ୍ୱୀକାର କରିଛି।
ଆହତଙ୍କ ଚିକିତ୍ସା ଓ ଯତ୍ନ ପାଇଁ ଜରୁରୀକାଳୀନ ସେବା ସମ୍ପୂର୍ଣ୍ଣ ସକ୍ରିୟ ହୋଇଛି ବୋଲି ୟିକ୍ସିଂ ପୁଲିସ କହିଛି। ଚୀନରେ ହିଂସାତ୍ମକ ଛୁରୀ ଅପରାଧ ଅସ୍ୱାଭାବିକ ନୁହେଁ, ଯେଉଁଠାରେ ଅସ୍ତ୍ରଶସ୍ତ୍ରକୁ କଡ଼ାକଡ଼ି ଭାବେ ନିୟନ୍ତ୍ରଣ କରାଯାଏ, କିନ୍ତୁ ଏକାସାଙ୍ଗରେ ଏତେ ସଂଖ୍ୟକ ଲୋକଙ୍କ ଉପରେ ଆକ୍ରମଣ ଏବଂ ଏତେ ସଂଖ୍ୟକ ମୃତ୍ୟୁ ଅପେକ୍ଷାକୃତ ବିରଳ।